ନୀଳଶୈଳ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ

ଯୋଡ଼ା : ସୋମବାର ଥିଲା ବିଶ୍ୱ ପଖାଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଏବଂ ଗର୍ବ ଯେତେ ଯାହା ଖାଇଲେ ବି ପଖାଳ ଗୁଣ୍ତେ ଦିଏ ମନକୁ ଶାନ୍ତି । କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଆଜିର ଦିନରେ ନିଶ୍ଚୟ ଗୁଣ୍ତେ ପଖାଳ ଖାଇ ସେଲିବ୍ରେଟ୍ କରୁଥିବେ । ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି । ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କିଏ ବା ପଖାଳକୁ ଭଲ ନ ପାଏ । କେନ୍ଦୁଝର ଜିଲ୍ଲା ଯୋଡା ସହରରେ ମହା ଆଡମ୍ବରର ସହିତ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ନୀଳଶୈଳ ସଂଗଠନ ପକ୍ଷରୁ ଏହି ପଖାଳ ଦିବସ ଅନୁଷ୍ଠିତ ହୋଇଯାଇଛି । ଉପାନ୍ତ ଅଞ୍ଚଳ ଯୋଡ଼ାରେ ଓଡ଼ିଆଙ୍କ ସହିତ ଅଣ ଓଡ଼ିଆ ମାନେ ଏହି ପଖାଳ ଦିବସକୁ ପଖାଳ ଏବଂ ଅନ୍ୟାନ୍ୟ ସୁସ୍ବାଦୁ ବ୍ୟଞ୍ଜନ ଖାଇ ଉତ୍ସାହିତ ହୋଇଥିଲେ । ପ୍ରାରମ୍ଭରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଖାଳ ସମ୍ପର୍କରେ ଏବଂ ଏହା ଏକ ସ୍ୱାସ୍ଥ୍ୟକର ଖାଦ୍ୟ ବୋଲି ଡାକ୍ତର ଅନୀଲ କୁମାର ଦାସ,ଡାକ୍ତର ଅରବିନ୍ଦ ପଣ୍ଡା,ଯୋଡା ଟ୍ରକ୍ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ, ଯୋଡ଼ା ବରିଷ୍ଠ ନାଗରିକ ସମ୍ପାଦକ ପକ୍ଷରୁ ମଦନ ମୋହନ ବାରିକ, ଯୋଡା ଟାଟା ଷ୍ଟିଲ ମୁଖ୍ୟ ସରୋଜ କୁମାର ବାନାର୍ଜୀ ,ପୂର୍ବତନ ଯୋଡା ଉପ ନଗରପାଳ ପୁରୁଷୋତ୍ତମ ଦାସ,ଯୋଡା ବିକାଶ ପରିଷଦ ସଭାପତି ନିରଞ୍ଜନ ବହିଦାର , ଟାଟାସ୍ପଞ୍ଜର ପୂର୍ବତନ କର୍ପୋରେଟ ଅଧିକାରୀ ଶୀତଳ ସ୍ବାଇଁ, ଜେଏସପିଏଲର କର୍ପୋରେଟ ଅଧିକାରୀ ପ୍ରଣବ ଦାସ ପ୍ରମୁଖ ପଖାଳର ଉପାଦେୟତା ଏବଂ ପଖାଳ ବିଶ୍ଵ ଦରବାରରେ ମଧ୍ୟ ଆଦୃତ ହେବା ବିଷୟରେ କହିଥିଲେ । ଡାକ୍ତର ଅନୀଲ ଦାସ ସମ୍ୟକ ସୂଚନା ଦେଇ କହିଥିଲେ ଯେ,ସର୍ବ ଭାରତୀୟ ଆୟୁ ବିଜ୍ଞାନ ସର୍ବେକ୍ଷଣ ରୁ ଜଣାପଡ଼ିଛି ଯେ,ପଖାଳରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ମାତ୍ରାରେ ରହିଛି । ଜଗତର ଠାକୁର ସ୍ଵୟଂ ଜଗନ୍ନାଥଙ୍କ ଠାରେ ପଖାଳ ଭୋଗ ଲାଗି ହେଉଛି ।ବିଶ୍ଵ ଦରବାରରେ ଉତ୍କଳୀୟ ପରମ୍ପରାଗତ ପଖାଳ ବିଶ୍ଵ ଦରବାରରେ ଆଜି ଆଦୃତ ବୋଲି ଟ୍ରକ ମାଲିକ ସମ୍ପାଦକ ସୁଶାନ୍ତ ବାରିକ କହିଥିଲେ। ଯୋଡ଼ା ବରିଷ୍ଠ ସାମ୍ୱାଦିକ ମାନସ ରଞ୍ଜନ ମହାନ୍ତି, ଦୁର୍ଗା ପ୍ରସାଦ ମହାନ୍ତି, ରତ୍ନାକର ମହାପାତ୍ର, ମନୀନ୍ଦ୍ର ସୁନ୍ଦର ବାରିକ, ବେଣୁଧର ବେହେରା, ସମୀର ଦାସ,ପବିତ୍ର ଦାସ, ସରୋଜିନୀ ଶତପଥୀ, ସୁନୀଲ ସାମଲ, ଭଗବାନ ଗିରି, ରମେଶ ମହାପାତ୍ର, ଦିଗାମ୍ବର ବେହେରା,ପୃଥିବୀରାଜ ପାତ୍ର,ପ୍ରଣବ ମହାନ୍ତି, ନରେଶ ପାତ୍ର ପ୍ରମୁଖ ପରିଚାଳନାରେ   ସହଯୋଗ କରିଥିଲେ।

Leave A Reply

Your email address will not be published.

seventeen − eleven =