ନୂଆବର୍ଷରେ ନିଜେ ନିଜର ସଂକଳ୍ପର ଏଜେଣ୍ଡା ପ୍ରସ୍ତୁତ କରିବାକୁ ଚେୟାରମ୍ୟାନଙ୍କ ପରାମର୍ଶ


ଭୁବନେଶ୍ୱର: ନୂଆବର୍ଷର ନିଜେ ନିଜର ସଂକଳ୍ପର ଏଜେଣ୍ଡା ପ୍ରସ୍ତୁତ କରିବାକୁ ‘ଅମିତ୍’ର ଚେୟାରମ୍ୟାନ ଶ୍ରୀ ଅଧିପ ନାରାୟଣ ମହାନ୍ତି ପରାମର୍ଶ ଦେଇଛନ୍ତିି ।
ଆଜି ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏକାଡେମୀ ଅଫ୍ ମ୍ୟାନେଜମେଂଟ ଆଣ୍ଡ ଇନ୍ଫରମେସନ୍ ଟେକ୍ନୋଲୋଜି (ଅମିତ), ନ୍ୟାୟବତୀ ଓ ଓଡିଶା ଇନ୍ଫୋଟେକ୍ ପରିସରରେ ଆୟୋଜିତ ନୂତନ ବର୍ଷ ସ୍ୱାଗତ ଉସôବକୁ ଉଦ୍ଘାଟନ କରି ଚେୟାରମ୍ୟାନ୍ ଶ୍ରୀ ମହାନ୍ତି କହିଛନ୍ତି ଯେ, କରୋନା ସମୟରେ ନୂଆ ପ୍ରସ୍ତାବ କ’ଣ ଓ କିପରି ନିଜ ସଂକଳ୍ପ ପୂରଣ କରାଯାଇପାରିବ ସେ ନେଇ ନିଜେ ଏଜେଣ୍ଡା ପ୍ରସ୍ତୁତ କରିବାକୁ ହେବ । ସମସ୍ତେ ନିଜର ସମୟ ତିଆରିକରି ନିଜ ଡାଏରୀରେ ଲେଖନ୍ତୁ, ଚିନ୍ତା କରନ୍ତୁ, ବାରମ୍ବାର ପଢନ୍ତୁ ଏବଂ ସେହି ଅନୁସାରେ କାର୍ଯ୍ୟକଲେ ଜୀବନରେ ସଫଳ ହୋଇପାରିବେ । ଏ ନେଇ ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କ ଗବେଷଣା ସନ୍ଦର୍ଭ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମହାନ୍ତି ନିଜ ଜୀବନରେ ସଫଳତା ପାଇଁ ନିଜକୁ ହଜାର ଜଣଙ୍କ ମଧ୍ୟରେ ରଖିବା ଲାଗି ସଂକଳ୍ପ ବଦ୍ଧ ହେବାକୁ ପରାମର୍ଶ ଦେଇଛନ୍ତି ।
ଚେୟାରମ୍ୟାନ୍ ଶ୍ରୀ ମହାନ୍ତି ନୂତନ ବର୍ଷ ଅବସରରେ ସମସ୍ତ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ନିରାମୟ ସ୍ୱାସ୍ଥ୍ୟର କାମନା କରିଛନ୍ତି । କରୋନାକୁ ଖାତିର ନକରି ନିଜର କର୍ତବ୍ୟ ସଂପାଦନା କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅମିତ୍ ପରିବାରର କେତେକ ସଦସ୍ୟ କରୋନାରେ ପ୍ରାଣ ହରାଇଥିବାରୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ଅସୁବିଧା ସମୟରେ ସମସ୍ତେ ସଂଗ୍ରାମ କରି ନିଷ୍ଠା ଓ ସତ୍ ସାହାସର ସହ ନୂଆ ସଂମ୍ପର୍କ ଗଠନ ଉପରେ ଶ୍ରୀ ମହାନ୍ତି ଗୁରୁତ୍ୱ ଦେଇଥିଲେ ।
ଅମିତ୍ର ନିଦେ୍ର୍ଧଶକ ତ୍ରିଦେବ ନାରାୟଣ ମହାନ୍ତି କରୋନା ସମୟରେ କିପରି ଶିକ୍ଷା ପାଇଲୁ ଓ ଅଭାବରୁ ଉଦ୍ଭାବନ, ଅର୍ଥସଞ୍ଚୟ ଓ ସ୍ୱାସ୍ଥ୍ୟ ପ୍ରତି ସଚେତନା ଉପରେ ଗୁରୁତ୍ୱ ଦେଇଥିଲେ । ସମୟ ଅନୁସାରେ ନିଜର ପାରଦର୍ଶିତା ହାସଲକଲେ ତିÂି ପାରିବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ନୂଆ ବର୍ଷ ସ୍ୱାଗତ ସମାରୋହ ଉସôବରେ ଅମିତର ପ୍ରସାସନିକ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ନ୍ୟାୟବତୀର ବାର୍ତା ସମ୍ପାଦକ ଗୋପୀନାଥ ପରିଡା, ବରିÂ ସାମ୍ବାଦିକ ଅରୁଣ ଦାସ, ନ୍ୟାୟବତୀର ପରିଚାଳକ କିଶୋର ଚନ୍ଦ୍ର ବାରିକ, ଶୁଭ୍ରଜିତ୍ ପଟ୍ଟନାୟକ, ରମେଶ ଚନ୍ଦ୍ର ବିଧାର, ଶୁସିଲ ମିଶ୍ର, ଦିଲ୍ଲୀପ ନାୟକ, ନିରଞ୍ଜନ ଜେନା, ପ୍ରମୋଦ ସାହୁ, ମାନୀନି ରାଉତ, ମଧୂସ୍ମିତା ବିଧାରଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସାମ୍ବାଦିକତା ବିଭାଗର ସଂଯୋଜକ ତଥା ଅଧ୍ୟାପକ ଟିକାୟତ ନାୟକ ମଞ୍ଚ ପରିଚାଳନା କରିଥିଲେ । ଅମିତ୍, ନ୍ୟାୟବତୀ ଓ ଓଡିଶା ଇନଫୋଟେକ୍ ପରିସରରେ ନୂତନ ବର୍ଷ ପାଳିତ

Leave A Reply

Your email address will not be published.

nineteen + twelve =