ନୂଆ ମାର୍ଗଦର୍ଶିକା ଜାରି କଲା ଭୁବନେଶ୍ବର ମହାନଗର ନିଗମ

ଭୁବନେଶ୍ବର :  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଲକଡାଉନ ୪.୦ରେ କେଉଁ କ୍ଷେତ୍ରକୁ କଟକଣା କୋହଳ କରାଯାଇଛି ଓ କେଉଁ କ୍ଷେତ୍ରରେ କଟକଣା ଜାରିରହିଛି  ତାହା ସ୍ପଷ୍ଟ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ  ।

ବିମାନସେବା ଉପରେ ସମ୍ପୂର୍ଣ୍ଣ ରୂପେ କଟକଣା ବଳବତ୍ତର ରହିଛି ।
ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଅନଲାଇନ ପାଠପଢ଼ା ଚାଲୁ ରହିବ ।
ସିନେମା, ସପିଂମଲ, ଜିମ, ଅଡିଟୋରିୟମ, ସୁଇମିଂପୁଲ, ଗେମ ପାର୍ଲର, ମନୋରଂଜନ ପାର୍କ, ସଭାଗୃହ ଆଦି ବନ୍ଦ ରହିବ ।
ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ, ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ ।

ସେଲୁନ, ପାର୍ଲର ଓ ସ୍ପା ଖୋଲିବ କିନ୍ତୁ ମାସ୍କ ଓ ଗ୍ଲୋଭସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ରାସ୍ତାକଡ ଜଲଖିଆ ଦୋକାନ ଖୋଲିବ, ହେଲେ ସେଠାରେ ଖାଇପାରିବେ ନାହିଁ । ଲୋକେ ଖାଦ୍ୟ ପୁଡିଆ ଘରକୁ ନେଇପାରିବେ।

କ୍ରୀଡ଼ା ପରିସର ଖୋଲିବ। ଖେଳାଳି ଭିତରକୁ ପ୍ରବେଶ କରି ପାରିବେ କିନ୍ତୁ ଦର୍ଶକମାନେ ଯାଇପାରିବେ ନାହିଁ ।
ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ ।
ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ କ୍ୟାଣ୍ଟିନ ଖୋଲାଯାଇପାରିବ ନାହିଁ ।
ହେଟେଲ, ରେସ୍ତୋରାଁ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ପାଇଁ କୌଣସି ଅସୁବିଧା ନାହିଁ ।
ହେଟେଲ, ଲଜ, ଅତିଥିବ ଭବନ ଓ ଅନ୍ୟ ହସ୍ପିଟାଲିଟି ସେବା ଯୋଗାଉଥିବା ସ୍ଥାନ ଚାଲୁ ରହିବ  ।

ମଲ୍ଟି ଷ୍ଟୋରେଡ ସପ୍ପିଂମଲରେ ଗ୍ରୋସରୀ, ପନିପରିବା, ମେଡିସିନ ଦୋକାନ ଖୋଲିପାରିବ କିନ୍ତୁ ଅନ୍ୟ ସାମଗ୍ରୀ ବିକ୍ରିକୁ ଅନୁମତି ମିଳିବ ନାହିଁ ।

Leave A Reply

Your email address will not be published.

sixteen − 13 =