‘ନେସ୍କୋ’ମୁଖ୍ୟ କାର୍ଯ୍ୟାଳୟ ଘେରାଉ ଡାକରାକୁ ବିରୋଧ


ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତା ୨୨ ତାରିଖରେ ଉତ୍ତର ଓଡିଶାର ବିଦ୍ୟୁତ ବିତରଣ ସଂସ୍ଥା ‘ନେସ୍କୋ’ର ମୁଖ୍ୟ କାର୍ଯ୍ୟାଳୟ ଘେରାଓ ପାଇଁ ଅନ୍ୟାନ୍ୟ ସଂଗଠନର ଡାକରାକୁ ବିରୋଧ କରିଛି ‘ନେସ୍କୋ ବିଦ୍ୟୁତ ଏମ୍ପେ୍ଲାଇଜ୍ ଏବଂ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚ । କେତେକ ନ୍ୟସ୍ତସ୍ୱାର୍ଥ ସଂଗଠନ ପକ୍ଷରୁ ଦିଆଯାଇଥିବା ଆନେ୍ଦାଳନ ଡାକରାକୁ କେବେ ସଫଳ କରିବାକୁ ଦିଆଯିବ ନାହିଁ ବୋଲି ମିଳିତ ମଂଚର କର୍ମକର୍ତ୍ତର୍ାମାନେ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚତାବନୀ ଦେଇଛନ୍ତି । ଡ. ଅନ୍ତର୍ଯ୍ୟାମୀ ମାହାପାତ୍ର, ନିମାଇଁ ଚରଣ ରାଉତରାୟ, କମଳଲୋଚନ ବେହେରା, ନୃସିଂହ ଚରଣ ପଣ୍ଡା, ଅଶ୍ୱିନୀ କୁମାର ଦାସ ପ୍ରମୁଖ ଶ୍ରମିକ କର୍ମଚାରୀ ମିଳିତ ମଂଚର କର୍ମକର୍ତ୍ତା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଅନ୍ୟ ସଂଗଠନର ଆନେ୍ଦାଳନ ଡାକରାକୁ ତୀବ୍ର ସମାଲୋଚନା କରିଥିଲେ । ବିଦ୍ୟୁତ୍ ଶ୍ରମିକ-କର୍ମଚାରୀଙ୍କ ବାରମ୍ବାର ଦାବି ପରେ ନେସ୍କୋ ବାଲେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଉଚିତ ପଦକ୍ଷେପ ନିଆଯାଉ ନଥିବା ବେଳେ ପୁଣି ସେହି ଫାର୍ସର ଆବଶ୍ୟକତା ନାହିଁ ବୋଲି ସେମାନେ କହିଥିଲେ । ଏନେଇ ଭୂବନେଶ୍ୱରସ୍ଥିତ ଓଡିଶା ବିଦ୍ୟୁତ ନିମାୟକ ଆୟୋଗ (ଓଇଆରସି) କାର୍ଯ୍ୟାଳୟ, ସଚିବାଳୟ ଅଥବା ବିଧାନସଭା ସମ୍ମୁଖରେ ଆନେ୍ଦାଳନ ପାଇଁ ମଞ୍ଚ ନିଷ୍ପତି ନେଇଥିବା ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ । କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି । ବର୍ଦ୍ଧିତ ଗ୍ରାହକ ସଂଖ୍ୟାନୁସାରେ ଆବଶ୍ୟକ ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କୁ ନିଯୁକ୍ତି ନଦେବା ଫଳରେ ସମସ୍ତଙ୍କୁ ଗ୍ରାହକଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି । ନେସ୍କୋରେ ପଦସ୍ଥ ଅଫିସରଙ୍କ ସଂଖ୍ୟା ବଢ଼ି ଚଲିଥିବା ବେଳେ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପରିବର୍ତ୍ତେ ଅସ୍ଥାୟୀ କର୍ମଚାରୀ ଦ୍ୱାରା ବିପଦ ପୂର୍ଣ୍ଣ କାର୍ଯ୍ୟ କରାଯାଉଛି । ଦୀର୍ଘ ୧୫ ବର୍ଷ ଧରି ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ କରି ସାରିବା ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ କରାଯାଉନାହିଁ । ଶ୍ରମିକମାନଙ୍କ ସମସ୍ତ ଦାବି ସମ୍ପର୍କରେ ନେସ୍କୋ କର୍ମଚାରୀ ମିଳିତ ମଂଚ ପକ୍ଷରୁ ତକ୍ରାଳୀନ ଶକ୍ତି ସଚିବ ହେମନ୍ତ ଶର୍ମାଙ୍କ ସହ ଆଲୋଚନା ସମୟରେ ପର୍ଯ୍ୟାୟ କ୍ରମେ ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଲିଖିତ ପ୍ରତିଶ୍ରୁତି ମିଳିଥିଲେ ବି ତାହା ଏ ଯାଏଁ କାର୍ଯ୍ୟକାରୀ ହୋଇପାରିନି । ସମ୍ପ୍ରତି ନେସ୍କୋ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବେଳେ ଶ୍ରମିକମାନଙ୍କ ଦାବିକୁ ନେଇ ନେସ୍କୋ କାର୍ଯ୍ୟାଳୟ ପରିବର୍ତ୍ତେ ଭୂବନେଶ୍ୱରରେ ଆନେ୍ଦାଳନ କରିବାର ଆବଶ୍ୟକତା ରହିଛି ବୋଲି ମିଳିତ ମଂଚର କର୍ମକର୍ତ୍ତାମାନେ କହିଥିଲେ । ଅତଏବେ ଆସନ୍ତା ୨୨ ତାରିଖଆନେ୍ଦାଳନରୁ ନିବୃତ ରହି ନିୟମିତ କାର୍ଯ୍ୟରେ ଯୋଗଦେବା ପାଇଁ ବିଦ୍ୟୁତ କର୍ମଚାରୀ ଓ ଶ୍ରମିକମାନଙ୍କୁ ମିଳିତ ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଗ୍ରାହକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ନିରବିଚ୍ଛିନ ବିଦ୍ୟୁତ ସରବରାହ ଯୋଗାଇ ଦେବାକୁ କର୍ମକର୍ତ୍ତମାନେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିରିଶ ଦାସ, ଶିବନାରାୟଣ ଗିରି, ମହେଶ୍ୱର ପ୍ରଧାନ, ପ୍ରଣବ ମହାପାତ୍ର, କମଳଲୋଚନ ସାହୁ, ବଳଭଦ୍ର ଗିରି, ନିଗମାନନ୍ଦ ଗିରି, ପ୍ରଦୀପ ଜେନା, ଶୁଭେନ୍ଦୁ ସୂର୍ଯ୍ୟନାରାୟଣ ବେହେରା, ପ୍ରହ୍ଲାଦ ଦାସ, ସୁକାନ୍ତ ପାଢୀ, କାହ୍ନୁଚରଣ ପ୍ରଧାନ, ପଞ୍ଚାନନ ପରମାଣିକ, ବାସୁଦେବ ପ୍ରଧାନ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight + seven =