ଭବାନୀପାଟଣା: କଳାହାଣ୍ଡିର କଳା, ସଂସ୍କୃତି, ଲୋକନୃତ୍ୟ, ଆଦି ମହାନ ପରମ୍ପରାକୁ ନେଇ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୬ ଭବାନୀପାଟଣା ସଦର ବ୍ଲକ କାମଠଣା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ସ୍ଥାନୀୟ ସରପଞ୍ଚ ଲୋକନାଥ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଉଦଘାଟନ ସହ ନୂତନ ଲୋଗୋର ଉନ୍ମୋଚନ ହୋଇଯାଇଛି। ଜିଲ୍ଲାର କଳା, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରତିବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ଧୂମଧାମରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି। ଏନେଇ କଳାହାଣ୍ଡି ଜିଲ୍ଲା ସଦର ବ୍ଲକ କାମଠଣା ପଂଚାୟତରୁ ଏହି ୨୮ ତମ କଳାହାଣ୍ଡି ଉତ୍ସବ ଘୁମୁରାର ଶୁଭ ଉଦଘାଟନ କରାଯାଇଛି। ଆଜିର ଲୋଗୋ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ଜିଲ୍ଲପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସିଡିଓ ଦୟାମୟ ପାଢ଼ୀ, ବିଡ଼ିଓ ଚନ୍ଦନ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ବରିଷ୍ଠ ସାମ୍ବାଦିକ ତଥା ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ଶାନ୍ତନୁ କୁମାର ବେହେରା,ବରିଷ୍ଠ ସାମ୍ବାଦିକ ମନ୍ ମୋହନ ପ୍ରଧାନ, ସାମ୍ବାଦିକ ସ୍ଵାଧୀନ ପାତ୍ର,ସାମ୍ବାଦିକ ଦେବେନ୍ଦ୍ର ବିଶି,କମିଟି ସଦସ୍ୟ ତଥା ସାମ୍ବାଦିକ ହରଜିନ୍ଦର ସିଂ,କଳାହାଣ୍ଡି ସଂସ୍କୃତି କମିଟିର ଭବାନୀ ଶଙ୍କର ନିଆଲ, ପ୍ରଦୀପ ଦାଶ, ସ୍ଥାନୀୟ ସରପଞ୍ଚ ଲୋକନାଥ ଦୁର୍ଗା ପ୍ରମୁଖ ମଂଚାସୀନ ଥିଲେ। ସରପଞ୍ଚ ଲୋକନାଥ ଦୁର୍ଗା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ସକାଳ ୮. ୦୦ ଘଣ୍ଟା ସମୟରେ ଉତ୍ସବ ପ୍ରାରମ୍ଭ ରୁ ମାଁ ମାଣିକେଶ୍ବରୀ ମନ୍ଦିର ପ୍ରାଙ୍ଗଣରୁ ମଶାଲ ଶୋଭାଯାତ୍ରା ବାହାରି ଉତ୍ସବ କରାଯାଉଥିବା ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପନ ପରେ ଶୁଭାରମ୍ଭ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଧାନ ଶିକ୍ଷକ ଜଗନ୍ନାଥ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବାବେଳେ, ଗ୍ରାମ ପଂଚାୟତ ନିର୍ବାହୀ ଅଧକାରୀ ସମେତ ସମସ୍ତ ୱାର୍ଡ ମେମ୍ବର, ଏମ୍ବିକେ,SHG ମହିଳା ଗ୍ରୁପ ପ୍ରମୁଖ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିଥିଲେ। ଅଂଚଳର ବିକାଶ କରିଥିବା ବୁଦ୍ଧିଜୀବୀ ତଥା ମହାନ ବ୍ୟକ୍ତିତ୍ୱ ମାନଙ୍କୁ ମାନପତ୍ର ଦେଇ ସମ୍ମାନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ, କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମାନେ ବେଶ ଆନନ୍ଦର ସହ ଉପଭୋଗ କରିଥିଲେ।