ପଞ୍ଜୀକୃତ ବିଦେଶ ଫେରନ୍ତାଙ୍କୁ ଟଙ୍କା ମିଳିଲାନି: ୨୫୦୦ରୁ ପାଇଲେ ୪୫୦!

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ବିଦେଶ ଫେରନ୍ତାଙ୍କୁ ନାମ ପଞ୍ଜୀକରଣ କରି ୧୪ ଦିନିଆ ସଙ୍ଗରୋଧରେ ରହିବାକୁ କହିଥିଲେ । ଯିଏ ସଙ୍ଗରୋଧରେ ରହିବେ, ତାଙ୍କୁ ୧୫ ହଜାର ଟଙ୍କା ଲେଖାଲଏଁ ସହାୟତା ଦେବାକୁ ବି ଲୋଭ ଦେଖାଥିଲେ । ମାର୍ଚ୍ଚ ୧୬ରେ ହୋଇଥିବା ଏହି ଘୋଷଣାର ଉଦେ୍ଧଶ୍ୟ ଥିଲା ବିଦେଶ ଫେରନ୍ତା ଯଦି କରୋନା ସଂକ୍ରମିତ ହୋଇଥିବେ, ତେବେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିବେନି । ସରକାରଙ୍କ ନିଦେ୍ର୍ଧଶନାମା ମାନି ସେମାନେ ଘରେ ହୋଟେଲ ଆଦିରେ ସଙ୍ଗରୋଧରେ ରହିଲେ । ହେଲେ ସମସ୍ତଙ୍କୁ ୧୫ ହଜାର ଟଙ୍କା ମିଳିଲାନି । ସରକାର ଘୋଷଣା ବେଳେ ଯାହା କହି ନଥିଲେ, ଟଙ୍କା ଦେଲା ବେଳେ ସରକାରୀ ବାବୁମାନେ ବହୁ ନିୟମକାନୁନ ଦେଖାଇଲେ । ଫଳରେ ବିଦେଶ ଫେରନ୍ତା ୧୫ ହଜାର ଟଙ୍କା ଦୂର କଥା, ବାହାର ରାଜ୍ୟରୁ ଫେରୁଥିବା ଲୋକ ଯେଉଁଭଳି ୨ ହଜାର ଲେଖାଏଁ ପାଇଲେ, ତାହା ବି ପାଇଲେନି । ଏପରିକି ବହୁ ବିଦେଶ ଫେରନ୍ତା ବହୁବାର ବିଏମ୍ସି କାର୍ଯ୍ୟାଳୟକୁ ଦଉଡ଼ିବା ପରେ ବି ଟଙ୍କା ନ ପାଇବାରୁ ସବୁ ଆଶା ଛାଡ଼ି ଦେଇଛନ୍ତି । ରାଜଧାନୀରେ ଏବେ ପ୍ରାୟ ୨ ହଜାର ଲୋକ ଏହି ଟଙ୍କା ପାଇବା ଆଶାରେ ଥିଲେ ହେଁ ସରକାରୀ ନିୟମ ଯୋଗୁଁ ବିଏମ୍ସି ଟଙ୍କା ଦେଉନି । ମାର୍ଚ୍ଚ ୨୪ରେ କରୋନା ଲକ୍ଡାଉନ୍ ହେବା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାକୁ ୨୧୧୪ ଜଣ ଫେରିଥିବା ବେଳେ ଏଥିରୁ ପ୍ରାୟ ହଜାରେ ଜଣ ଭୁବନେଶ୍ୱର ଫେରିଥିଲେ । ଯେଉଁମାନେ ରାଜ୍ୟସରକାରଙ୍କ କୋଭିଡ ପୋର୍ଟାଲ କିମ୍ବା ୧୦୪ରେ ନାମ ପଞ୍ଜୀକରଣ କରିଥିଲେ । ଏପରିକି ଅଗଷ୍ଟ ୧ ସୁଦ୍ଧା ପ୍ରାୟ ଅଢେ଼ଇ ହଜାର ଲୋକ ବିଦେଶରୁ ଭୁବନେଶ୍ୱର ଫେରିଛନ୍ତି । କିନ୍ତୁ ଏଥିରୁ ପ୍ରାୟ ୪୫୦ ଜଣଙ୍କୁ ୧୫ ହଜାର ଲେଖାଏଁ ମିଳିଛି । ପ୍ରାୟ ୨ ହଜାର ଲୋକଙ୍କୁ ଟଙ୍କା ମିଳୁନି । କିଛି ଲୋକ ବିଏମ୍ସିକୁ ଟଙ୍କା ମାଗିବାକୁ ଯିବାରୁ କୁହାଯାଉଛି, ଯେଉଁମାନେ ମାର୍ଚ୍ଚ ୧୫ ପୂର୍ବରୁ ବିଦେଶରୁ ଫେରିଛନ୍ତି, ସେମାନଙ୍କୁ ଟଙ୍କା ମିଳିବ । ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି ଯେ ଯେଉଁମାନେ ମାର୍ଚ୍ଚ ୧୫ ପୂର୍ବରୁ ବିଦେଶରୁ ଫେରିଛନ୍ତି, ସେମାନଙ୍କୁ ୧୫ ହଜାର ଲେଖାଏଁ ସହାୟତା ରାଶି ମିଳିବ । ମାର୍ଚ୍ଚ ୧୫ ପରେ ଯିଏ ଫେରିଥିବେ, ତାଙ୍କୁ କିଛି ମିଳିବନି । ଯେଉଁମାନଙ୍କୁ ଟଙ୍କା ମିଳିବ, ସେମାନେ ବିଏମ୍ସିର ଜୋନାଲ ଅଫିସରେ ସେମାନଙ୍କର ପରିଚୟପତ୍ର, ବୋର୍ଡିଂ ପାସ୍ ଓ ବ୍ୟାଙ୍କ ପାସ୍ବୁକ୍ର ପ୍ରଥମ ପୃÂାର ନକଲ ଜମା କରିବେ । ଏହାକୁ ଯାଂଚ କରିବା ପରେ ସେମାନଙ୍କ ଆକାଉଂଟରେ ୧୫ ହଜାର ଜମା କରିଯିବ । ବିଏମ୍ସି କର୍ତୃପକ୍ଷ ଏହା କହୁଥିବା ବେଳେ କିଛି ଲୋକ କହିଛନ୍ତି ଯେ ଆମକୁ ଜୁଲାଇ ମାସ ଯାଏ ଟଙ୍କା ଦେଲେନି । ବୋର୍ଡିଂ ପାସ୍ କଣ ସାଇତିକି ରଖିଥାନ୍ତୁ ଦେଖାଇବାକୁ ଆମ ତ ନାମ ପଞ୍ଜୀକରଣ କରିଥିଲୁ । ଆମେ ଟିକେଟ୍ ବୁକିଂ କରିଥିବାର ରେକର୍ଡ ଅଛି । ମୋବାଇଲରେ ଟିକେଟର ସଫ୍ଟ କପି ଦେଖାଇଲୁ । ତଥାପି କେହି ଗ୍ରହଣ କରୁନାହାନ୍ତି । ଏନେଇ ବିଏମ୍ସି କର୍ତୃପକ୍ଷ କହିଛନ୍ତି ଯେ ଜଣେ ଟିକେଟ୍ କରି ତାକୁ ପରେ ବାତିଲ୍ କରିଦେଇଥାଇପାରନ୍ତି । ବୋର୍ଡିଂ ପାସ୍ ନଥିଲେ ମାର୍ଚ୍ଚ ୧୫ ସୁଦ୍ଧା ଆସିଥିଲେ ବୋଲି କିପରି ଆମେ ଜାଣିବୁ । ସେ ଯଦି ମାର୍ଚ୍ଚ ୧୫ ପୂର୍ବରୁ ସରକାରୀ ନିୟମ ଅନୁସାରେ, ବିଦେଶରୁ ଫେରିଥିବା ପ୍ରମାଣ ଦେଇପାରିବେ, ତେବେ ତାଙ୍କୁ ସହାୟତା ରାଶି ମିଳିବ । ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ବହୁ ଲୋକ ଟିକେଟ୍ କରି ବାତିଲ୍ କରିଦେଇଥିଲେ । ପରେ ଆସିଥିଲେ । କିନ୍ତୁ ଏବେ ପୁରୁଣା ଟିକେଟ୍ ଦେଖାଇବାର ସମ୍ଭାବନା ରହୁଛି । ସେଥିପାଇଁ ଆମେ ବୋର୍ଡି ପାସ୍ ମାଗୁଛି । ଏପରିକି କିଛି ଭୁବନେଶ୍ୱର ବାହାରର ଲୋକ ଆସିଥିଲେ ହେଁ ସେମାନେ ଭୁବନେଶ୍ୱରର ବୋଲି ନାମ ପଞ୍ଜୀକରଣ କରିଥିଲେ । ଡକୁମେଂଟ ଯାଂଚ କଲା ବେଳେକୁ ଯେବେ ଆମକୁ ବିଦେଶରୁ ଫେରିଥିବା ଓଡ଼ିଆଙ୍କୁ ଟଙ୍କା ବାଂଟିବାକୁ କହିଲେ, ସେବେଠୁ ଆମେ ବାଂଟୁଛୁ । ଆମକୁ ଯିଏ ପ୍ରମାଣ ଦେଖାଇବ ତାଙ୍କୁ ଆମେ ଟଙ୍କା ଦେଇଦେବୁ । ଲୋକଙ୍କୁ ସରକାରୀ ସହୟତା ନ ମିଳିବା ପାଇଁ ବିଏମ୍ସି ମାଧ୍ୟମରେ ପେଂଚି ମୋଡିଛନ୍ତି ରାଜ୍ୟ ସରକାରଙ୍କ କିଛି ବରିÂ ଅଧିକାରୀ । କାରଣ ମାର୍ଚ୍ଚ ୧୫ରେ ଜଣେ ଇଟାଲୀ ଫେରନ୍ତା ଯୁବକ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭାବେ ଭୁବନେଶ୍ୱରରେ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସବୁ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ଏହି ନିୟମ କରିଥିଲେ । ଯେଉଁ ବିଦେଶ ଫେରନ୍ତା ୧୪ ଦିନ ସଙ୍ଗରୋଧରେ ରହିବେ, ତାଙ୍କୁ ୧୫ ହଜାର ଲେଖାଏଁ ଦେବାକୁ ଘୋଷଣା କରିଦେଲେ । ସମସ୍ତେ ଯେପରି ୧୦୪ ନମ୍ବରରେ ତୁରନ୍ତ ନାମ ପଞ୍ଜୀକରଣ କରିବେ, ସେଥିପାଇଁ ୪୮ ଘଂଟାର ମହଲତ୍ ଦେଲେ । ନିୟମ ନମାନିଲେ ଫୌଜଦାରି ମାମଲା ରୁଜୁ ହେବ ବୋଲି କହିଲେ । ମାର୍ଚ୍ଚ ୧୭ ତାରିଖ ସକାଳ ୬ଟାରୁ ମାର୍ଚ୍ଚ ୧୯ ତାରିଖ ସକାଳ ୬ଟା ମଧ୍ୟରେ ଟୋଲ୍ଫି ନମ୍ବର ୧୦୪ରେ ପଞ୍ଜୀକରଣ କରିପାରିବେ କିମ୍ବା ରାଜ୍ୟ ସରକାରଙ୍କ କୋଭିଡ-୧୯ ଅନ୍ଲାଇନ୍ ପୋର୍ଟାଲରେ ନାମ ପଞ୍ଜୀକରଣ କାରିବାକୁ ନିଦେ୍ର୍ଧଶ ଦେଲେ । କିନ୍ତୁ କହିଲେନି ଯେ ମାର୍ଚ୍ଚ ୧୫ ପୂର୍ବରୁ ଯେଉଁମାନେ ଫେରିଥିବେ, ତାଙ୍କୁ ଟଙ୍କା ମିଳିବ, ପରେ ଯେଉଁମାନେ ଫେରିବେ ତାଙ୍କୁ ମିଳିବନି । ଏପରିକି ଟଙ୍କା କିପରି ବଂଟା ହେବ, କିଏ ଦେବ, କେମିତି ଦେବ ସେନେଇ ବି ଜୁନ୍ ମାସ ଯାଏଁ ନିଷ୍ପତି ହୋଇନଥିଲା । ଭୁବନେଶ୍ୱରକୁ ଫେରିଥିବା ଲୋକଙ୍କୁ ବିଏମ୍ସି କି ଜିଲ୍ଲା ପ୍ରଶାସନ କି ସ୍ୱାସ୍ଥ୍ୟ ବିଭାଗ ଟଙ୍କା ଦେବ, ତାହା କିଛି ନିଷ୍ପତି ହୋଇନଥିଲା । କାହା ପାଖରେ କିଛି ତଥ୍ୟ ନଥିଲା । ହେଲେ ଯେତେବେଳେ ଲୋକଙ୍କ ସଂଖ୍ୟା ଯେ ମାର୍ଚ୍ଚ ୪ରୁ ୧୫ ମଧ୍ୟରେ ବିଦେଶରୁ ଫେରିଥିବା ଲୋକ ଯଦି ୧୦୪ କିମ୍ବା ରାଜ୍ୟ ସରକାରଙ୍କ କୋଭିଡ ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିବେ ଏବଂ ବୋର୍ଡିଂ ପାସ୍ ଦେଖାଇବେ, ତେବେ ତାଙ୍କୁ ଏହି ସହାୟତା ମିଳିବ । ସୂଚନାଯୋଗ୍ୟ, ରାଜଧାନୀକୁ ବହୁ ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକଙ୍କ ସମେତ ବହୁ ଶ୍ରମିକ ଶ୍ରେଣୀର ଲୋକ ଲକ୍ଡାଉନ୍ ପୂର୍ବରୁ ବିଦେଶରୁ ଫେରିଥିଲେ । ସ୍ୱଚ୍ଛଳ ବର୍ଗର ଲୋକ ଏହି ୧୫ ହଜାରକୁ ଅନାଇନାହାନ୍ତି । କିନ୍ତୁ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଏହି ୧୫ ହଜାର ଟଙ୍କା ବହୁ ଗୁରୁତ୍ୱବହନ କରୁଥିବା ବେଳେ ସେମାନେ ଟଙ୍କା ପାଇଲେନି । ଲକ୍ଡାଉନ୍ ପୂର୍ବରୁ ୬୭୮୩୭ ଓଡ଼ିଶା ଫେରିଥିବା ବେଳେ ଏଥିରୁ ବିଦେଶରୁ ୬୪୪୦ ଜଣ ଫେରିଥିଲେ । ଏଥିରେ ଖୋର୍ଦ୍ଧା ଜିଲ୍ଲାକୁ ସର୍ବାଧିକ ୨୧୧୪ ଜଣ ଆସିଥିଲେ ।

Leave A Reply

Your email address will not be published.

nineteen − seven =