ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଅଚଂଳକୁ ବିପତି ଛାଡି ଯାଉନାହିାଁ ଗୋଟିଏ ପରେ ଗୋଟିଏ ବିପତିରେ ଛନ୍ଦି ହୋଇ ଅଚଂଳବାସୀ ନାକେଦମ ହୋଇପଡିଲେଣି । ପ୍ରଥମେ ବର୍ଷା ବିତ୍ପାତ, ପ୍ରଳୟଙ୍କରୀ ବନ୍ୟା ସାଙ୍ଗକୁ ମହାମାରୀ କରୋନାର ପ୍ରକୋପ ଲାଗି ରହିଛି । ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ ଅଚଂଳରେ ବ୍ୟାପକ କ୍ଷତି ଘଟିଛି । ଘରଦ୍ୱାର, ଫସଲହାନୀ ଘଟିଥିବାବେଳେ ବନ୍ୟା ପାଣିରେ ପଶି ଯାତାୟତ କରିବା ଦ୍ୱାରା ଲୋକମାନେ ରୋଗଗ୍ରସ୍ତ ହୋଇପଡିଛନ୍ତି । ପ୍ରତ୍ୟେକ ଲୋକଙ୍କ ଘରେ ଥଣ୍ଡା, କାଶ ଓ ଜ୍ୱର ଆଦି ବ୍ୟାପୁଥରବା ଜଣାପଡିଛି । ପ୍ରତ୍ୟହ ଶହ ଶହ ଲୋକ ଥଣ୍ଡା,କାଶ ଓ ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲକୁ ଆସୁଛନ୍ତିା ସଠିକ ନିରୁପଣ ଅଭାବରୁ ମନୋମୁଖୀ ଔଷଧ ଖାଇ ଲୋକମାନେ ଭଲ ହୋଇପାରୁନାହାନ୍ତି । କରୋନା ଭୟ ଯୋଗୁଁ ଲୋକମାନେ ପରୀକ୍ଷା କରୁନାହାନ୍ତିା କାଳେ ଡାକ୍ତରଖାନା ଗଲେ ପରୀକ୍ଷା କରାଯିବ ସେହି ଭୟରେ ଲୋକମାନେ ଓøଷଧ ଦୋକାନ ଓ ସାଙ୍ଗସାଥୀଙ୍କ ଠାରୁ ବୁଝି ଔଷଧ ଖାଉଛନ୍ତି । ରାଜ୍ୟ ସରକାର ସାଂପ୍ରତିକ ସ୍ଥିତିରେ ଉଚିତ ପଦକ୍ଷେପ ନେଇ ଲୋକମାନଙ୍କ ମନରୁ ରୋଗ ଭୟ ଦୂର କରିବାକୁ ସାଧାରଣରେ ଦାବି ହେଉଛି ।