ପତ୍ନୀକୁ ପୋଡି ହତ୍ୟା ଉଦ୍ୟମ: ସ୍ୱାମୀ ଗିରଫ

ଯାଜପୁର: ୯ ବର୍ଷ ତଳେ ବୈଦିକ ରିତୀରେ ବିଭାଘର ହୋଇଥିଲା । ସ୍ୱାମୀ ସ୍ତ୍ରୀ ବେଶ୍ ସୁଖରେ ଦିନ କାଟୁଥିଲେ । ଏପରିକି ୨ ଜଣଙ୍କର ଗୋଟିଏ ୫ ବର୍ଷର ଝିଅ ଓ ଏକ ୨ ବର୍ଷର ପୁଅ ରହିଛି । ହେଲେ ବାପଘରୁ ଅଧିକ ଯୈାତୁକ ଆଣିବାରେ ସ୍ତ୍ରୀ ଅକ୍ଷମତା ପ୍ରକାଶ କରିବାରୁ ସ୍ୱାମୀ ସ୍ତ୍ରୀକୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବ୍ଲକ୍ ତଥା ଯାଜପୁର ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡପୁର ଗ୍ରାମରେ । ଥାନରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଥିବା ବେଳେ ପ୍ରାୟ ୮୦ ପ୍ରତିଶତ ନିଆଁରେ ପୋଡ଼ି ଯାଇଥିବା ସ୍ତ୍ରୀ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଜଣାଯାଇଛି ।

ଅଭିଯୋଗ ମୁତାବକ ଯାଜପୁର ବ୍ଲକ୍ ତଥା ଯାଜପୁର ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡପୁର ପଂଚାୟତ ଧନୀପୁର ଗ୍ରାମର ବିଶ୍ୱନାଥ ପଣ୍ଡା ଓ ଲୀଳାବତୀ ପଣ୍ଡାଙ୍କ ଏକମାତ୍ର ଝିଅ ସରସ୍ୱତୀ ପଣ୍ଡା (୨୫) ୨୦୧୧ ମସିହାରେ ମାର୍କଣ୍ଡପୁର ଗ୍ରାମ ନରେନ୍ଦ୍ର ପାଣିଙ୍କ ପୁଅ ରବିନ୍ଦ୍ର ପାଣିଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ ।
ବିଭାଘର ସମୟରେ ଶାଶୁଘର ଦାବି ମୁତାବକ ବାପା ବିଶ୍ୱନାଥ ସମସ୍ତ ଜାନି ଯୈାତୁକ ଓ ନଗଦ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ । କଲିକତାରେ ରୋଷେଇ କାର୍ଯ୍ୟ କରୁଥିବା ରବିନ୍ଦ୍ର ଓ ତାଙ୍କ ପରିବାର ବିଭିନ୍ନ ସମୟରେ ବାପଘରୁ ଅଧିକ ଟଙ୍କା ଆଣିବା ପାଇଁ ସରସ୍ୱତୀଙ୍କୁ ବାଧ୍ୟ କରିବା ସହ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ।
ଗତ ଫେବୃଆରୀ ମାସ ସ୍ୱାମୀ ରବିନ୍ଦ୍ର ସ୍ତ୍ରୀ ସରସ୍ୱତୀଙ୍କୁ ପ୍ରବଳ ମାରଧର କରିବାରୁ ସରସ୍ୱତୀ ଧନୀପୁର ସ୍ଥିତ ବାପଘରେ ଆସି ଆଶ୍ରୟ ନେଇଥିଲେ । ଶାଶୁ ଘର ଲୋକେ ବାରମ୍ବାର ସରସ୍ୱତୀକୁ ଘରକୁ ଫେରାଇ ନେବାକୁ କହୁଥିଲେ ମଧ୍ୟ ସରସ୍ୱତୀ ନିଜ ଜୀବନ ପ୍ର୍ତି ବିପଦ ଥିବା କହି ଶାଶୁ ଘରକୁ ଫେରିବାକୁ ମନା କରୁଥିଲେ ।
ତେବେ ଅଗଷ୍ଟ ୨୪ ତାରିଖ ସରସ୍ୱତୀଙ୍କ ଶାଶୁଘର ଲୋକେ ସରସ୍ୱତୀଙ୍କୁ ବହୁ ବୁଝାସୁଝା କରି ନିଜ ଘରକୁ ଫେରାଇ ନେଇଥିବା ବେଳେ ଠିକ୍ ୫ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୯ ତାରିଖ ବିରମ୍ବିତ ରାତି୍ରରେ ସରସ୍ୱତୀଙ୍କୁ ବାପଘରକୁ କେହି ଅଜଣା ବ୍ୟକ୍ତି ଫୋନ ଯୋଗେ ସରସ୍ୱତୀ ଶୋଇଥିବା ବେଳେ ମଶା ଧୂପରୁ ନିଆଁ ଲାଗି ପୋଡ଼ି ଯାଇଥିବା ସୂଚନା ଦେବା ସହ ଗୁରୁତର ଅବସ୍ଥାରେ ସେ ଏବେ କଟକ ମେଡ଼ିକାଲରେ ଥିବା କହିଥିଲେ ।
ପରେ ପରିବାର ଲୋକଙ୍କ ଲିଖିତ ଅଭିଯୋଗକୁ ଭିିିତି କରି ଯାଜପୁର ଥାନା ପୁଲିସ କେସ ନଂ ୩୧୯/୨୦ରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବା ସହ ଭାରପ୍ରାପ୍ତ ଥାନାଧିକାରୀ ମାନସ ରଂଜନ ଚକ୍ରଙ୍କ ନିଦେ୍ର୍ଧଶ କ୍ରମେ ଦଫା ୪୯୮, ୩୦୭,୨୯୪, ୫୦୬ ଓ ୩୪ରେ ସ୍ୱାମୀ ରବିନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଂଜୁର ହେବାରୁ ଅଭିଯୁକ୍ତ ରବିନ୍ଦ୍ର ଜେଲ ଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.

four × four =