ପରିବାରର ୪ କରୋନା ଆକ୍ରାନ୍ତ

ବାଲିକୁଦା : ବାଲିକୁଦାରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଥିବା ବେଳେ ଏ ମାନଙ୍କ ମଧ୍ୟରୁ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ୧୦୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ଅନ୍ୟ ୩୪ ଟି ଆକ୍ଟିଭ କେସ ରହିଥିବା ବେଳେ ଏମାନେ ଏବେ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବାଲିକୁଦା ଅଂଚଳର ଗୋଟିଏ ପରିବାରର ୪ ଜଣ କରୋନା ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । ପ୍ରଥମ ଜଣକଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା । ତାଙ୍କର ପଜିଟିଭ ଆସିଥିଲା । ପରେ ଘରର ଅନ୍ୟ ସଦସ୍ୟ ମାନଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା ଓ ଏଥିରୁ ତାଙ୍କ ପତ୍ନୀ, ସାନ ଭାଇ ଓ ଝିଅ ଠାରେ କରୋନା ଥିବା ଜଣା ପଢିଛି । ଅବଶ୍ୟ ଉକ୍ତ ପରିବାରର ପ୍ରଥମ ବ୍ୟକ୍ତି ଜଣକ ପଜିଟିଭ ଚିହ୍ନଟ ହେବା ପରେ ପରିବାରର ଅନ୍ୟ ସଦସ୍ୟ ମାନେ ହୋମ କ୍ୱାରେଂଟାଇନରେ ରହିଥିଲେ । ମାତ୍ର ପଜିଟିଭ ଚିହ୍ନଟ ହେବା ପୂର୍ବରୁ ଏମାନେ କାହା ସଂସ୍ପର୍ଷରେ ଆସିଛନ୍ତି ତାହା ଖୋଜା ଚାଲିଛି । ଯଦି ଏମାନଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତି ମାନଙ୍କର କରୋନା ପଜିଟିଭ ଆସେ ତେବେ ଗୋଷ୍ଠୀ ସଂକ୍ରମଣ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ।

Leave A Reply

Your email address will not be published.

nineteen + 4 =