ପରିବା ବିକାଳିଙ୍କୁ ୧୧୦ କୋଟି ଟଙ୍କାର ଜିଏସଟି ନୋଟିସ୍


ରାଉରକେଲା : ରାଉରକେଲାରେ ଜିଏସଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ନିରୀହ ଗରିବ ଓ ବେରୋଜକାରଙ୍କୁ ମୋହରା ବନେଇ କିଭଳି କୋଟି କୋଟି ଟଙ୍କା ସରକାରୀ ରାଜସ୍ୱକୁ ହଡପ କରାଯାଉଛି, ତାର ଜ୍ୱଳନ୍ତ ଉଦାହରଣ ହେଉଛି ଇସ୍ପାତନଗରୀରୁ ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ ମାମଲା । ସହରରେ ଜିଏସଟି ଠକେଇ ମାମଲାର ତାଲିକା ଲମ୍ବି ଲମ୍ବି ଚାଲିଥିବା ବେଳେ ଏବେ ସେଥିରେ ଜଣେ ପରିବା ବିକ୍ରେତାଙ୍କ ନାଁ ଯୋଡି ହୋଇଯାଇଛି ।
ରାସ୍ତାକଡରେ ଏକ ଛୋଟିଆ ଗୁମୁଟିରେ ପରିବା ବିକି ଗୁଜରାଣ ମେଂଟାଉଥିବା କାର୍ତିକ କାମିଲା ନାମକ ଏହି ପରିବା ବିକ୍ରେତାଙ୍କ ନାଁରେ ଜିଏସଟି ଠକେଇ ହୋଇଛି । ଏନେଇ ବ୍ୟବସାୟୀଙ୍କୁ ଜିଏସଟି କର୍ତୃପକ୍ଷଙ୍କ ନୋଟିସ୍ ବି ଆସିଛି । ଉକ୍ତ ବ୍ୟବସାୟୀଙ୍କୁ କୋଏଲନଗର ସି ବ୍ଲକ ସ୍ଥିତ ମାର୍କେଟ କମ୍ପେ୍ଲକ୍ସର ମାଲିକ ଦର୍ଶାଇ ଲିଙ୍ଗରାଜ ଟ୍ରେଡିଂ ନାମକ ଜାଲ ବ୍ୟବସାୟିକ ସଂସ୍ଥା ପ୍ରାୟ ୧୧୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡିଛି ।
ଇନପୁଟ ଟ୍ୟାକ୍ସ କେଡି୍ରଟ ବାବଦକୁ ଜାଲ ବ୍ୟାଙ୍କ ଆକ୍ରାଉଂଟ ମାଧ୍ୟମରେ ୧୦ କୋଟିରୁ ଅଧିକ ଟଙ୍କା ହଡପ କରିଥିବା ମଧ୍ୟ ଅଭିଯୋଗ ହୋଇଛି । କିନ୍ତୁ ଉକ୍ତ କ୍ଷୁଦ୍ର ବ୍ୟବସାୟୀ ଜଣଙ୍କ ସେହି ମାର୍କେଟ କମ୍ପେ୍ଲକ୍ସର ମାଲିକ ନଥିବା ଜଣାପଡିଛି । ପୂର୍ବରୁ ଦିନ ମଜୁରିଆ, ରାସ୍ତାକଡରେ ଥିବା ଜଳଖିଆ ଦୋକାନୀ, ଗୁପଚୁପ୍ ବିକ୍ରେତା, ଅଟୋ ଡା୍ରଇଭର, ଠିକା ଶ୍ରମିକ, ଗୃହିଣୀ, କଲେଜ ପଢୁଆ ଛାତ୍ରଙ୍କ ନାଁ ଠକେଇ ହୋଇଥିବା ବେଳେ ଏବେ ପରିବା ବିକ୍ରେତାଙ୍କ ନାଁରେ ଜିଏସଟି ଠକେଇ ମାମଲା ।

Leave A Reply

Your email address will not be published.

five × 5 =