ପରୀ ମୃତ୍ୟୁ: ବିଧାନସଭା ଅଚଳ

ପରୀ ମୃତ୍ୟୁରେ ମର୍ମାହତ: ଅରୁଣ
ଭୁବନେଶ୍ୱର: ଦୀର୍ଘ ୩ଦିନ ଧରି ନିରବତା ଅବଲମ୍ବନ କରିବାପରେ ଆଜି ଗୃହରେ ବିରୋଧିଦଳର ହଟଗୋଳ ମଧ୍ୟରେ ନିଜ ଆଡୁ ବିବୃତି ଦେଇ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ପରୀ ହତ୍ୟା ତାଙ୍କୁ ବ୍ୟଥିତ କରିଛି । ସେ ଗଭିର ମର୍ମାହତ । ଦୀର୍ଘ ରାଜନୀତିକ ଜୀବନରେ ସେ ସର୍ବଦା ହିଂସାକୁ ବିରୋଧ କରିଆସିଛନ୍ତି । ରାଜ୍ୟ ସରକାରଙ୍କ କ୍ରାଇମବ୍ରାଂଚ ତଦନ୍ତକୁ ସ୍ୱାର୍ଗତ କରୁଛନ୍ତି । ଅପହରଣ ଓ ହତ୍ୟାରେ ଯିଏ ଜଡିତ ଦଣ୍ଡପାଆନ୍ତୁ । ସତ୍ୟ ଉନ୍ମୋଚନ ହେଉ । ପରୀ ନ୍ୟାୟ ପାଉ ଏହା ଚହେଁ ।

ଭୁବନେଶ୍ୱର: ନୟ।ଗଡ଼ର ବହୁଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ ଆଜି ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ତୁମୁଲ ହଟଗୋଲ ଯୋଗୁ ୩ଥରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତା କାଲି ପର୍ଯ୍ୟନ୍ତ ମୂଲତବି ଘୋଷଣା କରିଛନ୍ତି । ଆଜି ଗୃହର କାର୍ଯ୍ୟକ୍ରମ ଆରମ୍ଭହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସୀ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତାଫା ଦାବୀରେ ହଟଗୋଳ କରିବା ସଂଗେ ସଂଗେ ବିଭିନ୍ନ ଧ୍ୱନିମାନ ଦେଇଥିଲେ । ପରିସ୍ଥିତି ଅଣାୟତ ହୋଇପଡିବାରୁ ବାଚସ୍ପତି ପ୍ରଥମେ ୨୦ ମିନିଟ ଏବଂ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ଅପରାହ୍ନ ୩ଟାରେ ପୂର୍ନବାର ଗୃହର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହୋହାଲା କରିବା ସହ ବିଭିନ୍ନ ପ୍ଲାକାର୍ଡ ପ୍ରର୍ଦଶନ କରିଥିଲେ । ପୁଣି ଗୃହ ଅଶାନ୍ତ ହୋଇପଡିବାରୁ ବାଚସ୍ପତି ପୁଣି ୧୫ମିଟି ମୂଲତବି ଘୋଷଣା କରିଥିଲେ । ଗୃହ ପୁଣି ଆରମ୍ଭ ହେବା ପରେ ହଟୋଗୋଳ ମଧ୍ୟରେ ମନ୍ତ୍ରୀ ବିବୃ୍ତି ରଖିଥିଲେ ପରେ ବାଚସ୍ପତି ଗୃହକୁ ଆଶନ୍ତା କାଲିପର୍ଯ୍ୟନ୍ତ ମୂଲତବି ଘୋଷଣ କରିଇଥିଲେ ।
ଅନ୍ୟ ପକ୍ଷରେ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛନ୍ତି । ଏହା ସହ ମନ୍ତ୍ରୀଙ୍କୁ ବହିଷ୍କାର କରା ନଗଲେ ଗୃହ ଚଳାଇ ଦେବୁନି ବୋଲି କହିଛନ୍ତି । ମାମଲାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦେଶ ଦେବା ଗ୍ରହଣୀୟ ନୁହେଁ । କାରଣ ପୂର୍ବରୁ ଏଭଳି ନିଦେ୍ର୍ଧଶ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି କହିଛନ୍ତି । ଏହା ପୂର୍ବରୁ ନୟାଗଡ଼ ପରୀ ମୃତ୍ୟୁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଥିଲେ । ବିଧାନସଭାରେ ଗୃହ ରାଷ୍ଟମନ୍ତ୍ରୀଙ୍କ ମନ୍ତବ୍ୟ ଦୁଃଖ ଦାୟକ ବୋଲି କହିଥିଲେ ଧର୍ମେନ୍ଦ୍ର । ଏହା ସହ ୪ ମାସ ଧରି ଚାଲିଥିବା ତଦନ୍ତ ନେଇ ପ୍ରଶ୍ନ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ । ଯେଉଁମାନେ ଅନୁସନ୍ଧାନ କରୁଥିଲେ ସେମାନେ କ’ଣ କରୁଥିଲେ? କ’ଣ ପାଇଁ ପୀଡ଼ିତାର ବାପାମାଆ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ବାଧ୍ୟ ହେଲେ? ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ଏହା ସହ ରାଜ୍ୟରେ ଏବେ ଛୋଟ ଛୋଟ ପିଲାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଯେଉଁମାନେ କାମରେ ଅବହେଳା କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳିବ । ଆବଶ୍ୟକ । ନଚେତ ସମାଜରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିବନି ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.

20 − 16 =