ପରୀ ହତ୍ୟାକାରୀଙ୍କୁ ଗିରଫ ଦାବି ଯୋର ଧରିଲା

ଭୁବନେଶ୍ୱର: ଦୀର୍ଘ ସାଢେ ଚାରିମାସର ଅବିଶ୍ରାନ୍ତ ଲଢେଇ, ବିଭିନ୍ନ ସାମାଜିକ କର୍ମୀମାନଙ୍କର ଲଗାତର ଆନେ୍ଦାଳନ, ପରୀ ବାପାମାଆଙ୍କର ନ୍ୟାୟ ପାଇଁ ବାରମ୍ବାର ପୋଲିସ୍ ପ୍ରଶାସନ ନିକଟରେ ଅଭିଯୋଗ, ସର୍ବଶେଷରେ ବିଧାନସଭା ସମ୍ମୁଖରେ ବାପାମାଙ୍କ ଆତ୍ମହୁତି ପାଇଁ ପଦକ୍ଷେପ ନେବା ଏବଂ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ବାଧ୍ୟ ହୋଇ ପରୀ ହତ୍ୟାକାଣ୍ଡର ଏସ୍.ଆଇ.ଟି. ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । କିନ୍ତୁ ଏହି ଏସ୍.ଆଇ.ଟି ତଦନ୍ତ ଦ୍ୱାରା ପରୀ ପରିବାର କେତେଦୂର ନ୍ୟାୟ ପାଇବ, ତାହା ସନେ୍ଦହ ରହିଛି । ଅତୀତରେ ବିଭିନ୍ନ ଘଟଣା ଯଥା କୁନ୍ଦୁଲି ବଳାକ୍ରାର ଓ ଆତ୍ମହତ୍ୟା, କନ୍ଧମାଳର ଗୁମୁଡ଼ୁମୁହାଁ ହତ୍ୟାକାଣ୍ଡ ଇତ୍ୟାଦିର ଏସ୍.ଆଇ.ଟି ତଦନ୍ତ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପାଇପାରି ନାହାଁନ୍ତି । ତେଣୁ ପରିବାର ଲୋକଙ୍କ ତରଫରୁ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀକୁ ଆମ୍ଭେ ସମର୍ଥନ କରୁଛୁ । ରାଜ୍ୟ ସରକାର ଯଦି ବାସ୍ତବରେ ପରୀ ପରିବାରକୁ ନ୍ୟାୟ ଦେବା ପାଇଁ ·ହାଁନ୍ତି, ତେବେ ଏହି ଘଟଣାର ତଦନ୍ତ ସିବିଆଇକୁ ଦେବାକୁ ଆମ୍ଭେ ଦାବୀ କରୁଛୁ ।
ଦ୍ୱିତୀୟରେ ପରୀ ହତ୍ୟାକାଣ୍ଡର ପୋଲିସ୍ ତଦନ୍ତ ଆରମ୍ଭରୁ ଦିଗହରା ହୋଇଛି । ବାପାମା ବାରମ୍ବାର ପୋଲିସ୍ର ଦ୍ୱାରସ୍ଥ ହେବା, ପୋଲିସ୍ ତଦନ୍ତ ନକରି ଓଲଟି ସେମାନଙ୍କୁ ନିର୍ଯ୍ୟାତନା ଦେବା, ମିଥ୍ୟା ଅଭିଯୋଗ କରିବା ପାଇଁ ପ୍ରବର୍ତାଇବା ଇତ୍ୟାଦିରୁ ପୋଲିସ୍ ରାଜନୈତିକ ·ପର ବଶବର୍ତୀ ହୋଇ ତଦନ୍ତକୁ ·ପିଦେବାକୁ ଉଦ୍ୟମ କରୁଥିବା ଜଣାପଡୁଥିଲା ଏବଂ ପରୀ ପରିବାରର ସଦସ୍ୟମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଏବଂ ତଦନ୍ତକୁ ନିଷ୍କ୍ରିୟ କରିବବା ପାଇଁ ତାଙ୍କର ·ପ ଯୋଗୁଁ ପୋଲିସ୍ ହାତବାନ୍ଧି ବସିଥିଲା । ତେଣୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଆମ୍ଭେ ଦାବୀ କରୁଛୁ । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ଅରୁଣ ସାହୁ ବିଧାୟକ ଥିବା ସମୟରେ ତାଙ୍କ ସରକାରୀ ବାସଭବନରେ ବିଜେଡ଼ି ଦଳର କର୍ମୀ ରହସ୍ୟଜନକ ମୃତ୍ୟୁର କ୍ରାଇମବ୍ରାଂଚ ତଦନ୍ତ ହୋଇଥିଲା । ମନ୍ତ୍ରୀ ଅରୁଣ ସାହୁଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଛି ଯାହାର ତଦନ୍ତ ଏବେ ବି ହୋଇପାରି ନାହିଁ ।
ତୃତୀୟରେ ସ୍ଥାନୀୟ ସରପଂଚ ତଥା ସମାଜସେବୀ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ଧମକ ଏବଂ ସୌମ୍ୟଙ୍କ ଅରୁଣ ସାହୁଙ୍କ ବିରୁଦ୍ଧରେ ଖୋଲା ଅଭିଯୋଗ ପରୀ ହତ୍ୟାକାଣ୍ଡକୁ ଆହୁରି ରହସ୍ୟମୟ କରିବା ସହ ସୌମ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ଆନେ୍ଦାଳନରେ ସମ୍ପୃକ୍ତ ବହୁ ସାମାଜିକ କର୍ମୀମାନଙ୍କ ଜୀବନ ମଧ୍ୟ ବିପଦରେ ଅଛି । ଏଣୁ ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ଅନ୍ୟ ସମସ୍ତ ସାମାଜିକ କର୍ମୀମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ଆମ୍ଭେ ରାଜ୍ୟ ସରକାରଙ୍କୁ ନିବଦେନ କରୁଛୁ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଧାନ, ପ୍ରତାପ ସାହୁ, ସୁଧୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ରଞ୍ଜୁଲତା ମହାପାତ୍ର, ଦିବାକର ନାୟକ, ଦିଲ୍ଲୀପ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × four =