ପହଂଚିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ରୋଗୀ

ଚମ୍ପୁଆ: ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ସୁବିଧା କିନ୍ତୁ ପହଂଚି ପାରୁନାହିଁ ସାଧାରଣ ଲୋକଙ୍କ ପାଖରେ । ଗାଁକୁ ରାସ୍ତା ନଥିବାରୁ ଲୋକ ମାନଙ୍କ ଦୁର୍ଦ୍ଧଶା ବୃଦ୍ଧି ପାଉଛି । ଫଳରେ ରୋଗୀଙ୍କୁ ନେବାପାଇଁ ଆମ୍ବୁଲାନ୍ସ ମଧ୍ୟ ପହଂଚି ପାରୁନାହିଁ । ଏଭଳି ଏକ ସ୍ପର୍ଷକାତର ଘଟଣା ଦେଖିବାକୁ ମିଳିଛି ଧନିକ ନିର୍ବାଚନ ମଣ୍ଡଳୀ ଚମ୍ପୁଆ ବ୍ଲକ ଅନ୍ତର୍ଗତ ବସିରା ଗ୍ରାମର ଚତୁରୀ ସାହିଠାରେ । ଶୋଚନୀୟ ରାସ୍ତା ପାଇଁ ରୋଗୀଙ୍କ ଘର ପାଖକୁ ପହଂଚି ପାରିଲା ନାହିଁ ଆମ୍ବୁଲାନ୍ସ । ଯଦିଅ ୧୦୮ ଆମ୍ବୁଲାନ୍ସକୁ କଲ କରାଯାଇଥିଲା କିନ୍ତୁ ୧୦୮ ଆମ୍ବୁଲାନ୍ସ ଆସିଲା ସତ କିନ୍ତୁ ରୋଗୀ ଘର ପହଂଚି ପାରିଲା ନାହିଁ ।

ମାନବିକତାର ନିଦଶନ ସ୍ୱରୂପ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଗ୍ରାମବାସୀଙ୍କ ସହଯୋଗରେ ରୋଗୀକୁ ୧ କିମି ଖଟିଆରେ ବହିବା ପରେ ଆମ୍ବୁଲାନ୍ସରେ ଆଣି ଡାକ୍ତରଖାନା ଆଣିଥିବା ଜଣାଯାଇଛି । ଆଦିବାସୀ ଅଧ୍ୟୁଷିତ ଏହି ଅଂଚଳରେ ଦିର୍ଘ ଦିନ ଧରି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ପଂଚାୟତ କିମ୍ବା ବ୍ଲକ ପ୍ରଶାସନର ଦୃଷ୍ଟି ଆଜି ପର୍ଯ୍ୟନ୍ତ ପଡିପାରିନଥିବାରୁ ଶେଷରେ ଖଟିଆରେ ରୋଗୀ ବୁହାହେବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚତୁରୀ ସାହିର ଅସୁସ୍ଥ ସୁନାରାମ ମୁଣ୍ଡାଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରିବା ପାଇଁ ୧୦୮କୁ କଲ କରାଯାଇଥିଲା । ୧୦୮ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଅମରନାଥ ମହାନ୍ତ, ଉକôଳ କେଶରୀ ମହାନ୍ତ ଖବର ପାଇ ଚତୁରୀ ସାହି ଯାଇଥିଲେ । ମାତ୍ର ପ୍ରାୟ ଏକ କିମି ଦୁରରୁ ଗାଡି ଆଉ ଆଗକୁ ଯାଇପାରିନଥିଲା । ମାନବିକତା ଦେଖାଇ ତିନିଜଣ ଯାକ କର୍ମଚାରୀ ଚାଲି ଚାଲି ସୁନାରାମ ମୁଣ୍ଡା ଘରେ ପହଂଚିଥିଲେ । ସେଠାରେ ଅସୁସ୍ଥ ସୁନାରାମକୁ ଏକ ଖଟିଆ ଯୋଗେ କାନେ୍ଦଇ ୧୦୮ ଗାଡି ପାଖକୁ ନେଇଆସିଥିଲେ । ୧୦୮ କର୍ମଚାରୀମାନେ ସୁନାରାମକୁ ନେଇ ଚମ୍ପୁଆକୁ ପହଂଚିବା ପରେ ଅସୁସ୍ଥତା ହେତୁ ତୁରନ୍ତ ତାଙ୍କୁ କେନ୍ଦୁଝର ଜିଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ଯୋଗ୍ୟକି ସ୍ୱାଧିନତାର ୭୨ ବର୍ଷ ପରେବି ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମକୁ ଲୋକଙ୍କ ମୌଳିକ ସୁବିଧା ପୁରଣ ହୋଇପାରିନାହିଁ । ଏହି ରାସ୍ତା ପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

3 × four =