ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: କରୋନା କୋପ ଧିରେ ଧିରେ କମିବା ପରେ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମପୀଠ ଭକ୍ତଙ୍କ ପାଇଁ ଖୋଲି ସାରିଲାଣି । ରାଜ୍ୟର ପ୍ରାୟତଃ ସମସ୍ତ ଧର୍ମାନୁଷ୍ଠାନ ଖୋଲି ଯାଇଥିବା ବେଳେ ଲିଙ୍ଗରାଜ ମନ୍ଦିର ଖୋଲିବା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋର୍ଡ ଉପରେ ଛଡ଼ା ଯାଇଥିଲା । ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ସେପ୍େଟମ୍ବର ୧ରୁ କୋଭିଡ୍ କଟକଣା ମଧ୍ୟରେ ଖୋଲିବ ଲିଙ୍ଗରାଜ ମନ୍ଦିର । ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । ସମସ୍ତ ଶ୍ରଦ୍ଧାଳୁ ବାହାର କାଠ ନିକଟରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ମନ୍ଦିର ଖୋଲିବା ନେଇ ସର୍କିଟ ହାଉସରେ ବୈଠକ ବସିଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର କାର୍ଯ୍ୟକାରୀ ଅଧିକାରୀ, ଏଡିଏମ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ୩ ନିଯୋଗ ସମ୍ପାଦକ ଉପସ୍ଥିତ ଥିଲେ । ବ୍ରାହ୍ମଣ ନିଯୋଗ ସମ୍ପାଦକଙ୍କ ସୂଚନା ଅନୁସାରେ, କୋଭିଡ ଗାଇଡଲାଇନ୍ ପାଳନ ସହ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯିବ ।

Leave A Reply

Your email address will not be published.

4 × 4 =