ଭୁବନେଶ୍ୱର: ଆୟ ବହିଭୃତ ସମ୍ପତି ଠୁଳ ଏବଂ ଠକେଇ ଅଭିଯୋଗରେ ଗିରଫ ବରଖାସ୍ଥ ଆଇଏଫଏସ ଅଫିସର ଅଭୟ କାନ୍ତ ପାଠକ ଏବଂ ତାଙ୍କ ପୁଅ ଆକଶ ପାଠଙ୍କୁ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ ଜାମିନ ମଞ୍ଜୁର କରିଛି । ୬୦ ଦିନ ମଧ୍ୟରେ ଭିଜିଲାନ୍ସ ସେମାନଙ୍କ ବିରୋଧରେ ଚାର୍ଜସିଟି ଦାଖ କରିପାରିନଥିବାରୁ ଅଦାଲତ ସେମାନଙ୍କୁ ଜାମିନ ପ୍ରଦାନ କରିଥିବା ତାଙ୍କ ଓକିଲ କହିଛନ୍ତି ।
ସୂଚନାଯୋଗ୍ୟ ଯେ, କୋଟି କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଦୃନୀତି ଉପାୟରେ ଆଇଏଫଏସ ଅଫିସର ପାଠକ ଆୟ କରିଥିବା ନେଇ ଭିଜିଲାନ୍ସର ଏକ ଦେଢଶହ ଜଣିଆ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସେହିପରି ଟା ଟା ମୋଟର୍ସରେ ଚାକିରି କରାଇବା ନାଁରେ ତାଙ୍କ ପୁଅ ଆକାଶ ପାଠକ ରାଜ୍ୟରେ ବେକାର ଯୁବକ ଯୁବତୀମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଭିଜିଲାନ୍ସ ସହ ପୋଲିସ ଏବଂ କ୍ରାଇମାବ୍ରାଞ୍ଚ ବିଭିନ୍ନ ସମୟରେ ଉଭୟ ବାପା ଓ ପୁଅକୁ ରିମାଣ୍ଡରେ ନେଇ ମାରଥାନ ଜେରା କରିଥିଲା । ଏହା ସତ୍ୱେ ଭିଜିଲାନ୍ସ ନିର୍ଦ୍ଧାରିତ ୬୦ ଦିନ ଭିତରେ ଚାର୍ଜସିଟି ଦାଖଲ କରିନଥିବା ରାଜ୍ୟ ଭିଜିଲାନ୍ସ ପାରିବାରିକ ପଣିଆକୁ ପଦାରେ ପକାଇଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିଛି ।
ବାପା-ପୁଅଙ୍କ ସହ ସାମିଲଥିବା ନେଇ ଗୋପାଳ ପୁର ବିଧାୟକ ପ୍ରଦୀପ୍ତ ପାଣିଗ୍ରାହୀ ମଧ୍ୟ ଏବେ ଜେଲ୍ରେ ଅଛନ୍ତି । ତାଙ୍କୁ ଓ ବିଜେଡି ଦଳର ବରଖାସ୍ତ କରିଥିଲା ବେଳେ ତାଙ୍କ ବିରୋଧରେ ଲୋକପାଳ ତଦନ୍ତ ପାଇ୍ୟ ରାଜ୍ୟ ସରକାର ସୁପାରିଶ କରିଥିଲେ ।