ପାରଦର୍ଶୀ ପୋର୍ଟାଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଚୟନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ୫-‘ଟି’ ଯୋଜନା ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ନାମଲେଖା ପାଇଁ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା । ସମୁଦାୟ ୫୯୭୦ ଆବେଦନଗୁଡ଼ିକୁ ବ୍ଲକ୍ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣପତ୍ର ସହ ଯାଂଚ କରିଥିଲେ ଓ ୩୮୩୯ ଛାତ୍ରଛାତ୍ରୀଙ୍କ ନାମକୁ ସଂପୃକ୍ତ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଥିଲା । ଯୋଗ୍ୟ ଆବେଦନଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ କରାଯାଇଥିଲା ଓ ୩୬୦୯ ଛାତ୍ରଛାତ୍ରୀଙ୍କ ନାମକୁ ସଂପୃକ୍ତ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଥିଲା । ବର୍ତମାନ ବ୍ଲକ୍ ଶିକ୍ଷା ଅଧିକାରୀମାନେ ସଂପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରେରଣ କରିବେ । ବେସରକାରୀ ବିଦ୍ୟାଳୟଗୁଡ଼ିକରେଆସନ୍ତା ୨୩ ତାରିଖରୁ ୩୧ ତାରିଖ ମଧ୍ୟରେ ନାମ ଲେଖାଯିବ । ଦ୍ୱିତୀୟ ଚୟନରେ ପୁଣି ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସିଟ୍ ପାଇଁ ଅଗଷ୍ଟ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯିବ । ଫେବୃଆରୀ ମାସରୁ ଆରମ୍ଭ କରି ଜୁଲାଇ ମାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ ।ପ୍ରଥମଥର ପାଇଁ ପୋର୍ଟାଲ ମାଧ୍ୟମରେ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା କରାଯାଉଥିବା ଯୋଗୁଁ ଟେଲିଭିଜନ, ଖବରକାଗଜ, ସାମାଜିକ ଗଣମାଧ୍ୟମ ଓ ପୋଷ୍ଟର ମାଧ୍ୟମରେ ଅଭିଭାବକମାନଙ୍କ ଅବଗତି ନିମନ୍ତେ ସର୍ବସାଧାରଣ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.

1 × four =