ପାରାଦୀପ : କେନ୍ଦ୍ର ମତ୍ସ୍ୟ ପଶୁ ଓ ଗୋପାଳନ ମନ୍ତ୍ରୀ ପରଷୋତ୍ତମ୍ ରୁପଲା ସୋମବାର ଦିନ ମାଛଧରା ବନ୍ଦରର ଆଧୁନିକରଣ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପାରାଦୀପ ଗ୍ରସ୍ତରେ ଆସିଥିବା ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଜିଲ୍ଲା ପ୍ରମୁଖ ମନ୍ମଥ କୁମାର ପୃଷ୍ଠୀ ଏବଂ ପୂର୍ବତନ ପରିଷଦ କାର୍ଯ୍ୟକର୍ତ୍ତା ସର୍ବେଶ୍ୱର ବଳିୟାର ସିଂହ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ପାରାଦୀପ ଠାରେ ଏକ ସାମୁଦ୍ରିକ ମତ୍ସ୍ୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ସୂଚନା ଥାଉକି ପାରାଦୀପ ଏବଂ କେନ୍ଦ୍ରାପଡା ଅଞ୍ଚଳର ବହୁ ମତ୍ସ୍ୟଜିବୀ ପରିବାର ବସବାସ କରନ୍ତି l ସେମାନଙ୍କ ପିଲା ମତ୍ସ୍ୟ ଚାଷ ବିଷୟରେ ପଢ଼ିବା ଗବେଷଣା କରିବାକୁ ଇଛାଥିଲେ ବି ସେମାନଙ୍କ ପାଇଁ ସୁଯୋଗ ନଥିବାରୁ ସେମାନେ ଏହି ଶିକ୍ଷରୁ ବଞ୍ଚିତ ରହିଛନ୍ତି । ତେଣୁ ପାରାଦ୍ଵୀପ ଠାରେ ଏକ ମତ୍ସ୍ୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେଲେ ବହୁ ମତ୍ସ୍ୟଜିବୀ ଓ ସେମାନଙ୍କ ପରିବାର ଉପକୃତ ହୋଇପାରିବେ ବୋଲି ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ଶ୍ରୀ ପୃଷ୍ଟି ଏବଂ ବଳିୟାର ସିଂହ ସୂଚନା ଦେଇଛନ୍ତି l