ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ରାଜ୍ୟ ପୌରପରିଷଦ ମହାସଂଘ ସଭାପତି ଭାବେ ମନୋନୀତ : ପାରାଦୀପରେ ସମ୍ବର୍ଦ୍ଧନା ପର୍ବ

ପାରାଦୀପ : ଓଡିଶା ପୌରପରିଷଦ ମହାସଂଘର ରାଜ୍ୟସ୍ତରୀୟ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରବିବାର ଦିନ ଭୁବନେଶ୍ୱର ନିକଟସ୍ଥ ଫୁଲନଖରା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜ୍ୟର ୨୧ ଟି ଜିଲ୍ଲାରୁ ୮୧ ଜଣ ପୌରାଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଉପାଧ୍ୟକ୍ଷା ଯୋଗଦେଇ ସେମାନଙ୍କ ପୌରପରିଷଦର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ମହାସଂଘର ସୁପରିଚାଳନା ନିମନ୍ତେ ଏକ ୨୫ ଜଣିଆ କମିଟି ଗଠନ କରାଯାଇ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ମହାସଂଘର ରାଜ୍ୟ ସଭାପତି ଭାବେ ମନୋନୀତ କରାଯାଇଥିଲା l ତେବେ ମହାସଂଘର ସଭାପତି ଭାବେ ବସନ୍ତ ବିଶ୍ୱାଳ ମନୋନୀତ ହେବା ପରେ ପାରାଦୀପ ପୌରାଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି l ଏହି ପଦବୀରେ ଅଧିଷ୍ଠିତ ହୋଇ ପାରାଦୀପ ପୌରପାଳିକା ପାଇଁ ଗୌରବ ଆଣିଥିବା ଶ୍ରୀ ବିଶ୍ୱାଳଙ୍କୁ ଏବେ ସମ୍ବର୍ଦ୍ଧନାର ସୁଅ ଛୁଟିବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ ପାରାଦୀପର କାର୍ଯ୍ୟରତ ସାମ୍ବାଦିକ ଶୁକଦେବ ଜେନା, ସନ୍ଦୀପ ଲେଙ୍କା, ଶଶାଙ୍କ ଆଚାର୍ଯ୍ୟ, ରାକେଶ ପଟ୍ଟନାୟକ, ସୁଧାଂଶୁ ନାୟକ, ଆଦିତ୍ୟ ରାଉତରାୟ,ମନୋଜ ସାହୁ, ବିଶ୍ଵନାଥ ବଳ, ବୁଦ୍ଧିଜୀବୀ ଆଇନଜୀବୀ କୈଳାଶ ସାହୁ ପ୍ରମୁଖ ସୋମବାର ଦିନ ପାରାଦୀପ ପୌରପାଳିକା କାର୍ଯ୍ୟାଳୟରେ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ଙ୍କୁ ଭେଟି ତାଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ l 

Leave A Reply

Your email address will not be published.

2 × 2 =