ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ଉଦାରତା ପ୍ରତି କୃତଜ୍ଞତା ଜ୍ଞାପନ କଲା ପୋର୍ଟ ବଣିକ ସଂଘ

ପାରାଦୀପ : ଚଳିତ ଆର୍ଥିକ ବର୍ଷ ଅବବ୍ୟହିତ ପୂର୍ବରୁ ପାରାଦୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଦେଶର ଶ୍ରେଷ୍ଠ ବନ୍ଦର ଭାବେ ବିବେଚିତ ହୋଇଛି । ଏଥି ସହିତ ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କର ଦକ୍ଷତା ଓ ଲୋକପ୍ରିୟତା ସ୍ୱରୂପ ଓଡ଼ିଆ ଜାତିର ଅନ୍ୟତମ ଶ୍ରେଷ୍ଠ ଐତିହାସିକ ଉତ୍ସବ ବୋଇତ ବନ୍ଦାଣ ଉତ୍ସବ ପାଳନ ଅବସରରେ ଭାରତର ମହାମାନ୍ୟ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରିତ କରି ବନ୍ଦରର ଗର୍ବ ଓ ଗୌରବକୁ ଦ୍ବିଗୁଣିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର କତ୍ତୃପକ୍ଷ ତାଙ୍କର ସମ୍ପଦ ବିଭାଗ ପକ୍ଷରୁ ବନ୍ଦରର ଦୋକାନ ଘର ବା ବ୍ୟବସାୟିକ ଘର ଭଡା ଅସମ୍ଭବ ଭାବେ ବୃଦ୍ଧି କରିଥିଲେ। ଯାହାକି ପ୍ରଚଳିତ ଘର ଭଡା ଠାରୁ ୧୦୦ ରୁ ୧୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଯାହାକି ପାରାଦୀପ ବନ୍ଦର ଟାଉନସିପିରେ ବ୍ୟବସାୟ କରୁଥିବା ଶହ ଶହ ବ୍ୟବସାୟୀ ମାନଙ୍କ ପକ୍ଷରେ ବର୍ଦ୍ଧିତ ଭଡା ମାତ୍ରାଧିକ ହୋଇଛି ।ଏହାର ପ୍ରତିକାର ପାଇଁ ପାରାଦୀପ ପୋର୍ଟ ବଣିକ ସଂଘ ପକ୍ଷରୁ ସଭାପତି  ସନ୍ତୋଷ କୁମାର ପଟ୍ଟନାୟକ ବନ୍ଦର ଅଧ୍ୟକ୍ଷ  ପି.ଏଲ. ହରନାଦ ଙ୍କୁ ସାକ୍ଷାତ କରି ବ୍ୟବସାୟୀମାନଙ୍କ ସମସ୍ୟା ଓ ମାତ୍ରାଧିକ ଘରଭଡା ପ୍ରତ୍ୟାହାର କରିବା ପାଇଁ ଲିଖିତ ଆବେଦନ କରିଥିଲେ । ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ ସହୃଦୟତା ସହ ଆବେଦନ ପତ୍ର ଗ୍ରହଣ କରିବା ସହିତ ବ୍ୟବସାୟୀ ମାନଙ୍କ ସ୍ୱାର୍ଥ ପ୍ରତି  ଗୁରୁତ୍ୱ ଦେଇ ବିଚାର କରାଯିବ ଏବଂ ପରବର୍ତ୍ତୀ ସମୟରେ ସବିଶେଷ ଆଲୋଚନା କରିବା ପରେ ଘରଭଡା ସ୍ଥିର କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ l ଏଥିପାଇଁ ପାରାଦୀପ ପୋର୍ଟ ବଣିକ ସଂଘ ପକ୍ଷରୁ ବନ୍ଦର ଅଧ୍ୟକ୍ଷଙ୍କୁ ଅଶେଷ ଧନ୍ୟବାଦ ସହିତ ବିଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି।

Leave A Reply

Your email address will not be published.

4 × 1 =