ପାରାଦୀପ ବନ୍ଦର ଚୁକ୍ତିଭିତିକ ଶ୍ରମିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ

ପାରାଦୀପ : ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ରେ ଚୁକ୍ତିଭିତ୍ତିକ ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ କଲ୍ୟାଣକୁ ଦୃଷ୍ଟିରେ ରଖି ଶନିବାର ଦିନ ବନ୍ଦର ଚିକିତ୍ସାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ l ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ମଜଦୁର ସଂଘର ସଭାପତି ପ୍ରକାଶ ତ୍ରିପାଠୀ ଓ ସାଧାରଣ ସମ୍ପାଦକ ତଥା ବନ୍ଦର ପୂର୍ବତନ ଟ୍ରଷ୍ଟି ପରେଶ ମୁର୍ମୁ,ୱାର୍କର୍ସ ୟୁନିୟନର କାର୍ଯ୍ୟକାରୀ ସଭାପତି ଅନନ୍ତ ଦାସ, ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନୃସିଂହ ଶତପଥୀ,ଉତ୍କଳ ପୋର୍ଟ ଆଣ୍ଡ ଡକ ୱାର୍କର୍ସ ୟୁନିୟନ ର ସାଧାରଣ ସମ୍ପାଦକ ବିବୁତି ମହାରଣା, ପାରାଦୀପ ବନ୍ଦର ପ୍ରାଧିକରଣ  ବୋର୍ଡର ଶ୍ରମିକ ସଦସ୍ୟ ଶ୍ରୀକାନ୍ତ ରାୟ ଏବଂ ସୁନୀଲକାନ୍ତ ଦାସ,ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଭୁତି ଭୂଷଣ ଦାସଙ୍କ ସମେତ ବହୁ ବନ୍ଦର ଅଧିକାରୀ ଓ ଚିକିତ୍ସାଳୟର ଡାକ୍ତର ଏବଂ କର୍ମଚାରୀମାନେ  ଉପସ୍ଥିତ ଥିଲେ l ତେବେ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ପାଇଁ ବନ୍ଦର କତୃପକ୍ଷଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବା ସମ୍ପ୍ରସାରଣ ଶ୍ରମିକଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ମାନ ଉପରେ ସକରାତ୍ମକ ପ୍ରଭାବ ପକାଇବା ସଙ୍ଗେ ସଙ୍ଗେ  ଏକ ସୁସ୍ଥ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି l ସୂଚନାଥାଉକି ବନ୍ଦର ଚୁକ୍ତିଭିତିକ ଶ୍ରମିକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବୀ ହୋଇଆସୁଥିଲା l ଶେଷରେ ଘଟଣାର ଗୁରୁତ୍ୱକୁ ହୃଦୟଙ୍ଗମ କରି ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ ଏହି ବ୍ୟବସ୍ଥାର ପ୍ରଚଳନ କରିଥିବାରୁ ସବୁ ମହଲାରେ ତାଙ୍କୁ ପ୍ରଶଂସା କରାଯାଇଛି l

Leave A Reply

Your email address will not be published.

20 + 13 =