ପାରାଦୀପ ବନ୍ଦର ପକ୍ଷରୁ ସପ୍ତାହ ବ୍ୟାପି ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ

ପାରାଦୀପ : ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ନିର୍ଦେଶନାମା ଅନୁଯାୟୀ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସପ୍ତାହ ବ୍ୟାପି ‘ଭିଜିଲାନ୍ସ ସଚେତନତା’ ବା ‘ଦୁର୍ନୀତି ନିବାରଣ ସଚେତନତା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଅକ୍ଟୋବର ମାସ ୩0 ତାରିଖରୁ ନଭେମ୍ବର ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ l ଚଳିତ ବର୍ଷ ର ଆହ୍ୱାନ ରହିଛି ‘ଦୁର୍ନୀତି ମୁକ୍ତ ଓ ବିକଶିତ ଭାରତ’ l ଏହି ପରିପ୍ରେକ୍ଷୀରେ ସୋମବାର ଦିନ ସକାଳେ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ନେତୃତ୍ୱରେ ଏକ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ବନ୍ଦର ପ୍ରଶାସନିକ ଭବନ ଠାରେ ସମାପ୍ତ ହୋଉଥିଲା l ଏହାପରେ ସେଠାରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବନ୍ଦର ଅଧ୍ୟକ୍ଷ ଦୁର୍ନୀତି ମୁକ୍ତ ଓ  ଏକତାର ଶପଥ ପାଠ କରାଇଥିଲେ l ଏହାପରେ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଭିଜିଲାନ୍ସ ବା ଦୁର୍ନୀତି ନିବାରଣ ଉପରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏତଦବ୍ୟତୀତ ସାଧାରଣରେ ସଚେତନତା ନିମିତ୍ତ ଏକ ‘ସତର୍କତା ରଥ’ କୁ ପତାକା ଦେଖାଇ ଉଦଘାଟନ କରାଯାଇଥିଲା l ଏହି ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘କ୍ୟାନମାସ’ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ପର୍ଯ୍ୟବ୍ୟଶିତ ବ୍ୟଙ୍ଗାତ୍ମକ ପଥପ୍ରାନ୍ତ ନାଟକ ‘ଛାରପୋକ’ ପରିବେଷିତ ହୋଇଥିଲା ଯାହା ସାଧାରଣରେ ବେଶ ଆଦୃତ ଓ ଉପଭୋଗ୍ୟ ହୋଇଥିଲା l ଏହି ସପ୍ତାହବ୍ୟାପି ଦୁର୍ନୀତି ନିବାରଣ ପାଳନ ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନାତ୍ମକ ବକ୍ତୃତା, ପ୍ରବନ୍ଧ, ବେଶପୋଷାକ ଓ ବିବିଧ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ l ଏତଦବ୍ୟତୀତ ସାଧାରଣରେ ସଚେତନତା ସୃଷ୍ଟି ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ସମ୍ପର୍କିତ ବାର୍ତ୍ତା ର ହୋଡିଙ୍ଗ ଲଗାଯିବା ସହ ଭିଡିଓ ବୋର୍ଡ ମାନଙ୍କରେ ଏସବୁର ପ୍ରସାର କରାଯାଉଛି l ସେହିପରି ଚଳିତ ୨0୨୩ ସଚେତନତା ସପ୍ତାହ ପ୍ରାରମ୍ଭରେ ଦୁର୍ନୀତି ଏବଂ ଅଭିଯୋଗ ସମାଧାନ ଓ ସଚେତନ ପାଇଁ ବନ୍ଦରର ପ୍ରତ୍ୟେକ ବିଭାଗ ହିତାଧିକାରୀ ମାନଙ୍କ ସହ ବୈଠକ କରିଆସୁଥିବା ନେଇ ପାରାଦୀପ ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରୁ ପ୍ରକାଶ l

Leave A Reply

Your email address will not be published.

two × 1 =