ପାରାଦୀପ ବନ୍ଦର ପକ୍ଷରୁ ୩୮ ତମ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ

ପାରାଦୀପ – ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ୩୮ ତମ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି l ପାରାଦୀପ ବନ୍ଦର ଆର ଆଣ୍ଡ ବି ଡିଭିଜନ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀକୁ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ଉଦଘାଟନ କରି କହିଥିଲେ ଯେ ଏପରି ପୁଷ୍ପ ପ୍ରଦର୍ଶନୀର ମୂଳ ଉଦ୍ଦେଶ୍ୟ ହେଉଛି ପାରାଦୀପ ବନ୍ଦରକୁ ସବୁଜ ଏବଂ ସୁନ୍ଦର ବନ୍ଦର ଭାବରେ ବିକଶିତ କରିବା lଏହି ଉଦ୍ଦେଶ୍ୟରେ ବନ୍ଦର ସହରରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସହିତ ଅଠରବାଙ୍କି ରୁ ନିଷିଦ୍ଧାଞ୍ଚଳର ୪ ନମ୍ବର ଗେଟ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ସୁନ୍ଦର ଆକର୍ଷଣୀୟ ପୁଷ୍ପ ବୃକ୍ଷ ସହିତ  ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି l ବନ୍ଦର ସହର ଏବଂ ଏହାର ଆଖପାଖରେ ସବୁଜତାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ଜଙ୍ଗଲ ବିଭାଗ ମାଧ୍ୟମରେ ଗତ ତିନିବର୍ଷ ପାଇଁ କ୍ରମାଗତ ଭାବରେ ପ୍ରତିବର୍ଷ ଏକ ଲକ୍ଷ ଚାରା ରୋପଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l  ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ନୀଳଭ୍ର ଦାସଗୁପ୍ତା ଏବଂ ଅନ୍ୟାନ୍ୟ ଉଚ୍ଚ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପ୍ରଦର୍ଶନୀରେ ୧୩୫ ଜଣ ଅଂଶଗ୍ରହଣକାରୀ ୪୮ ପ୍ରକାରର ବିଭିନ୍ନ ପ୍ରଜାତିର ଫୁଲ, ପନିପରିବା ଏବଂ ଉଦ୍ଭିଦର ଚମତ୍କାର ସଂଗ୍ରହ ପ୍ରଦର୍ଶନ କରିଥିଲେ l ଏଥିରେ ଜନସାଧାରଣ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିବାକୁ ଭିଡ଼ କରିଥିବାର ଦେଖିବାକୁ ମିଳିଥିଲା l ସନ୍ଧ୍ୟାରେ ଅଫିସର୍ସ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ ଏବଂ ଉପାଧ୍ୟକ୍ଷ ଶ୍ରୀ ଦାସଗୁପ୍ତା ପ୍ରଦର୍ଶନୀର ବିଭିନ୍ନ ବର୍ଗରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l

Leave A Reply

Your email address will not be published.

fourteen + 19 =