ନୂଆଦିଲ୍ଲୀ: ଆଗକୁ ପାର୍ବଣ ଓ ଶୀତ ଋତୁ ଆସିଥିବା ବେଳେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକାଶ କରିଛନ୍ତି । ଏଥିପାଇଁ ସରକାର ଦେଶବାସୀଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ପାବର୍ଣ ଋତୁରେ ଜନସମାଗମକୁ ଏଡାଇବା ପୂର୍ବକ କରୋନା ନିୟମକୁ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସମସ୍ତଙ୍କୁ ନିବେଦନ କରିଛନ୍ତି । ପାର୍ବଣ ଋତୁ ପରେ କରୋନା ସଂକ୍ରମଣ ପୁଣି ବଢ଼ିବ । ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଏପରି ସତର୍କ ସୂଚନା ଜାରି କରିଛନ୍ତି । ଦେଶରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ପାର୍ବଣ ଋତୁ ପରେ ଏହା ପୁଣି ବଢ଼ିବାର ଆଶଙ୍କା ରହିଛି । ରବିବାର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଅକ୍ଟୋବରରେ ନବରାତ୍ରୀ, ଦଶହରା ଏବଂ ନଭେମ୍ବରରେ ଦୀପାବଳି ଓ ଛଟପୂଜା ଭଳି ଉସôବରେ ଜନସମାଗମ ହେବାକୁ ଥିବାବେଳେ ଏହା ଦ୍ୱାରା କରୋନା ସଂକ୍ରମଣ ବ୍ୟାପକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ପାର୍ବଣ ପାଇଁ ସରକାର ସ୍ୱତନ୍ତ୍ର କଟକଣା ଲାଗୁ କରିଥିଲେ ମଧ୍ୟ ଏହାକୁ ପାଳନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଜଣେ ବ୍ୟକ୍ତି ସ୍ୱଚ୍ଛ ହୃଦୟରେ କୌଣସି ସ୍ଥାନରେ ଭଗବାନଙ୍କ ପ୍ରାର୍ଥନା କରିପାରିବ, ତେଣୁ ପୂଜା ମଣ୍ଡପ କିମ୍ବା ମନ୍ଦିରକୁ ଯିବାର ଆବଶ୍ୟକତା ନାହିଁ । ଯଦି କେହି ପୂଜା ମଣ୍ଡପକୁ ଯିବାକୁ ଗୁରୁତ୍ୱ ଦେଉଥାନ୍ତି । ତେବେ ସେମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଦରକାର । ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଲୋକଙ୍କ ଜୀବନ ରକ୍ଷା ଉପରେ ଗୁରୁତ୍ୱ ଦେବା ତାଙ୍କର କର୍ତବ୍ୟ ତେଣୁ ସେ ଏପରି ପରାମର୍ଶ ଦେଉଛନ୍ତି । କାହାର ଧାର୍ମିକ ବିଶ୍ୱାସକୁ ପ୍ରତିରୋଧ କରିବା ତାଙ୍କର ଉଦେ୍ଧଶ୍ୟ ନୁହେଁ । ମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ର କେରଳ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନରେ ଗଣେଶ ପୂଜା ଓ ଓନମ ପୂଜା ପରେ ୫୦ରୁ ୬୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ଅଗଷ୍ଟ ମାସରେ ମହାରାଷ୍ଟ୍ରରେ ଗଣେଷ ପୂଜା ପରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା । ସେହିପରି କେରଳରେ ଓପମ ପର୍ବ ପରେ ଏବେ ଏଠାରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ଅନ୍ୟସବୁ ରାଜ୍ୟରେ ଦୁର୍ଗାପୂଜା ଓ କାଳୀପୂଜା ପାଳନ ହେବାକୁ ଯାଉଥିବା ବେଳେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ପାର୍ବଣ ଋତୁ ପରେ ପରେ ଶୀତ ଆସୁଥିବାରୁ ଏହା କରୋନା ସଂକ୍ରମଣକୁ ଆହୁରି ବୃଦ୍ଧି କରିବାର ସମ୍ଭାବନା ରହିଛି । ଶୀତ ଋତୁରେ କରୋନା ସଂକ୍ରମଣ ବୃଦ୍ଧି ବିଶେଷଜ୍ଞମାନେ କରିଥିବା ପୂର୍ବନୁମାନକୁ ସ୍ୱାସ୍ଥ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି । ହର୍ଷ ବର୍ଦ୍ଧନ କହିଛନ୍ତି ଯେ ସାର୍ସ ସିଓଭି ୨ ଭୂତାଣୁ ଥଣ୍ଡାରେ ଅଧିକ ସକ୍ରିୟ ହୋଇଥାଏ । ଇଂଲଣ୍ଡ ଭଳି ଥଣ୍ଡା ଜଳବାୟୁରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇଥିବାର ଦେଖାଯାଇଛି, ତେଣୁ ଭାରତରେ ଶୀତ ଋତୁରେ ଏହି ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କ ରହିଛି । ତେବେ ଏହାକୁ ନେଇ ଆତଙ୍କିର ହେବାର ନାହିଁ । ଏଥିପାଇଁ ଆମକୁ ସ୍ୱାସ୍ଥ୍ୟ ସଚେତନା ଅବଲମ୍ବନ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ଉପଚାର ଏବଂ ଚିକିସôାରେ ଆୟୁର୍ବେଦକୁ ସମର୍ଥନ କରିଛନ୍ତି ମନ୍ତ୍ରୀ ହର୍ଷ ବର୍ଦ୍ଧନ । ଏଥିରେ କୌଣସି ରୋଗ ଚିକିସôା କରିବା ଏବଂ ତାହାର ନିରାକରଣ କରିବା ନିମନ୍ତେ ସାମଗ୍ରିକ ସୁସ୍ଥତା ଉପରେ ଧ୍ୟାନ ଦିଆଯାଏ । ତେଣୁ ସିଲିକୋ ଅଧ୍ୟୟନ, ପରୀକ୍ଷାମୂଳକ ଅଧ୍ୟୟନ ଗଭୀର ଅଧ୍ୟୟନ ପରେ କୋଭିଡ-୧୯ ବିପକ୍ଷରେ ସତର୍କତାମୂଳକ ଚିକିସôା ଭାବେ ମିଶ୍ରିତ ଆୟୁର୍ବେଦ ଔଷଧ ଅନୁମୋଦନ କରାଯାଇଛି ।