ପିଲାଙ୍କ ଝଗଡାରୁ ଦୁଇ ପରିବାର ମାରପିଟ୍: ୪ ଆହତ

ଭୁବନେଶ୍ୱର: ଡିସିପି ଅଫିସ ପଛପାଶ୍ୱର ଭୋଇନଗରରେ ଛୋଟ ପିଲାଙ୍କ ଝଗଡାରୁ ୨ ପରିବାର ମଧ୍ୟରେ ମାରପିଟ୍ ହୋଇଛି । ବହ୍ଲା ଓ କାଠଫାଳିଆ ମାଡରେ ୨ ପରିବାରର ୪ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ, ଅଲେଖ ପାଗଳ, ତାଙ୍କ ସ୍ତ୍ରୀ ଓ ପୁତୁରା ପୂର୍ଣ୍ଣଚନ୍ଦ୍ର ପାଗଳ । ଅନ୍ୟ ପରିବାରର ସୀମାଂଚଳ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଏନେଇ ଦୁଇ ପରିବାର ପକ୍ଷରୁ ସହିଦ ନଗର ଥାନାରେ ଏତଲା ଦିଆଯାଇଛି । ପୂର୍ବରୁ ମଧ୍ୟ ଦୁଇ ପରିବାର ମଧ୍ୟରେ ନଳା ପାଣି ଯିବାକୁ କେନ୍ଦ୍ର କରି ଶତ୍ରୁତା ଥିଲା ।

Leave A Reply

Your email address will not be published.

3 × three =