ପୁଣି ନକଲି ଘିଅ କାରଖାନା ଠାବ

ନକଲି ଜିନିଷ ପ୍ରସ୍ତୁତିର ଆଡ୍ଡାସ୍ଥଳିପାଲଟିଛି କଟକ

କଟକ: କଟକ ଜିଲ୍ଲାରେ କିଛି ଦିନ ମଧ୍ୟରେ ନକଲି ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ବହୁ ନକଲି ଜିନିଷ ଠାବ ହୋଇଛି । ମସଲା, ତେଲ, ଘିଅ, ପରିବା ରଙ୍ଗ ଆଦି ସବୁ ମିଶାଇ ଭେଜାଲ୍ ସାମଗ୍ରୀ ପ୍ରସ୍ତୁତ କରାଯିବାରେ କଟକ ସହର ଉପକଣ୍ଠ ବେଶ ମାହିର୍ । ଏପରିକି ପୋକରା ଚାଉଳ ସହ ରଙ୍ଗ ମିସାଇ ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପ୍ରସ୍ତୁତ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ଆଜି ଚାଉଳିଆ ଗଞ୍ଜ ଥାନା ଅନ୍ତର୍ଗତ ଭଦିମୂଳ ଓ ନୂଆ ବଜାର ଅଞ୍ଚଳରୁ ପୋଲିସ ଦ୍ୱାରା ନକଲି ମସଲା ଓ ଘିଅ କାରଖାନା ଠାବ ହୋଇଛି । ଏହିବହୁ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଘିଅ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କେମିକାଲ ଓ ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ସହ ଚଢାଉ ଜାରି ରହିଛି ।

Leave A Reply

Your email address will not be published.

twenty − nineteen =