ଚମ୍ପୁଆ : ଦୀର୍ଘଦିନ ବ୍ୟବଧାନରେ ଚମ୍ପୁଆ ସେକ୍ସନକୁ ହାତୀ ପଲ ପ୍ରବେଶ କରିବା ସହ ବନବିଭାଗକୁ ନାକେଦମ କରିସାରିଲେଣି। ହାତୀ ପଲକୁ ଘଉଡାଇବାକୁ ବନବିଭାଗ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ହାତୀ ପଲ ବାରମ୍ଵାର ଚମ୍ପୁଆ ସେକ୍ସନକୁ ପ୍ରବେଶ ଫଳରେ ଚାଷୀ ତଥା ଜଙ୍ଗଲ ନିକଟସ୍ଥ ଗ୍ରାମରେ ଭୟର ଆଶଙ୍କା ବୃଦ୍ଧିପାଇବାରେ ଲାଗିଛି। ଏହି ହାତୀ ପଲ ୨ଟି ଆଦିବାସୀଙ୍କ ଘର ଦ୍ଭାଙ୍ଗିଥିବା ବନପାଳ କାଳନ୍ଦି ସାମଲ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ ଗତ ରବିବାର ଦିନ ୧୪ଟିକିଆ ହାତୀପଲ ମୟୂରଭଞ୍ଜ ଜିଲ୍ଲାର କେଶରୀ ଗ୍ରାମର ରବର ଜଙ୍ଗଲରେ ଦିନବେଳା ରହିଥିବାବେଳେ ରାତିରେ ନିକଟସ୍ଥ ବୈତରଣୀ ନଦୀ ପାର ହୋଇ ସରେଇ ଓ ପରେ ଟୁଣୁଗୁଣା ଜଙ୍ଗଲ ନିକଟରେ ଥିବା ୨ଟି ଘରକୁ ଦ୍ଭାଙ୍ଗିଦେଇଥିଲେ। ପରେ ଏହି ହାତୀ ପଲ ପତଳା ଓ ରଜିଆ ଦେଇ କାଳିକା ପ୍ରସାଦ ରିଜର୍ଭ ଜଙ୍ଗଲରେ ରହିଥିବା ଜଣାଯାଇଛି । ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରୀୟାଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଶ୍ରୀ ସମଲ ସଦଳବଳେ ହାତୀପଲ ଉପରେ ନଜର ରଖିଛନ୍ତି ।