ପୁଣି ୧୫୪୦ ଆକ୍ରାନ୍ତ: ୧୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଥିବା ବେଳେ ଆଜି ଦିନକରେ ପୁଣି । ନୂଆ ୧୫୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୮୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି ପାଇଚି । ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୋଲୁସ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୮ ଜଣ ଚିହ୍ନଟ ହୋଇଥିଲା ବେଳେ ଅନୁଗୁଳରୁ ୧୦୦ ଜଣ, ବାଲେଶ୍ୱରରୁ ୯୨, ବରଗଡ଼ରୁ ୪୧, ଭଦ୍ରକରୁ ୯, ବଲାଙ୍ଗୀରରୁ ୬୭, ବୌଦ୍ଧରୁ ୩, କଟକରୁ ୯୯, ଦେବଗଡରୁ ୭, ଢେ଼ଙ୍କାନାଲ ୨୪, ଗଜପତି ୫, ଗଞ୍ଜାମରୁ ୨୯, ଜଗତସିଂହପୁର ୭୮, ଯାଜପୁରରୁ ୨୨, ଝାରସୁଗୁଡାରୁ ୪୨, କଳାହାଣ୍ଡିରୁ, ୪୭, କନ୍ଧମାଳରୁ ୧୪, କେନ୍ଦ୍ରାପଡାରୁ ୬୨, କେନ୍ଦୁଝରରୁ ୩୮, ଖୋର୍ଦ୍ଧାରୁ ୨୦୮, କୋରାପୁଟରୁ ୨୬, ମାଲକାନଗିରିରୁ ୪୨, ମୟୂରଭଞ୍ଜରୁ ୯୧, ନବରଙ୍ଗପୁରୁରୁ ୪୩, ନୟାଗଡ଼ରୁ ୩୩, ନୂଆପଡ଼ାରୁ ୫୧, ପୁରୀରୁ ୪୯, ରାୟଗଡ଼ାରୁ ୧୦, ସମ୍ବଲପୁରରୁ ୩୨, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୧୧୧ ଓ ଷ୍ଟେଟ୍ ପୋଲିସ ୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ତେବେ ରାଜ୍ୟରୁ ବୁଧବାର ଆଉ ୧୨ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୮୪କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା, ନୂଆପଡ଼ା ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେହିପରି କଟକ, ଗଞ୍ଜାମ, ନବରଙ୍ଗପୁର, ପୁରୀ, ସୁନ୍ଦରଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏବେ ସୁଦ୍ଧା ରାଜ୍ୟରୁ ୨ ଲକ୍ଷ ୬୮ ହଜାର ୧୧୫ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ଅଛନ୍ତି ୧୬ ହଜାର ୩୦ ଜଣ । କେବଳ ଗତ ୨୪ ଘଂଟା ମଧ୍ୟରେ ୨ ହଜାର ୧୦ ଜଣ ସୁସ୍ଥ ହୋଇ ସାରିଲେଣି ।

Leave A Reply

Your email address will not be published.

19 + 9 =