ପୁରୀ: ପୁରୀ ମେଡିକାଲରେ ପଶିଲା କରୋନା। ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଆଇସିୟୁରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇସିୟୁ ଦାୟିତ୍ବରେ ଥିବା ଡାକ୍ତର, କର୍ମଚାରୀ ଓ ସେଠାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛିି। ଗତକାଲି ସଂଧ୍ୟାରେ ରୋଗୀ ଜଣକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କୁ ପୁରୀର କୋଭିଡ୍-ହସ୍ପିଟାଲ୍କୁ ପଠାଇ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ପୁରୀ ଜିଲ୍ଲାରୁ ଆଜି ସର୍ବାଧିକ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି। ପୁରୀ ସହରରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡେଲାଙ୍ଗରୁ ୨୭, ବ୍ରହ୍ମଗିରିରୁ ୧୬, କୃଷ୍ଣପ୍ରସାଦରୁ ୨୨, ପିପିଲିରୁ ୫, ଗୋପରୁ ୫, ନିମାପଡ଼ାରୁ ଜଣେ, ପିପିଲି ଏନ୍ଏସିରୁ ଜଣେ ଓ ପୁରୀ ସଦରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ରହିଛି।