ପୁରୀ: ପୁରୀ ସ୍ୱର୍ଗଦ୍ୱାର ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ନବୀକରଣ କାର୍ଯ୍ୟ ଶେଷ ହେବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କରିଛନ୍ତି । ନୂତନ ଶୈଳୀରେ ନିର୍ମାଣ କରାଯାଇଥିବା ସ୍ୱର୍ଗଦ୍ୱାର ଓ ତାର ପାରିପାଶ୍ୱର୍ିକ ସୌନ୍ଦର୍ଯ୍ୟକରଣ ବାବଦରେ ପ୍ରାୟ ୬ କୋଟି ୩୦ ଲକ୍ଷ ଖର୍ଚ୍ଚ ହୋଇଛି । ପ୍ରିକୋଷ୍ଟ କଙ୍କ୍ରିଟ୍ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପରେ ୨୮ଟି ଶବଦାହ ପିଣ୍ଡି ରହିଛି, ଯେଉଁଥିରେ ଏକକାଳୀନ ୨୮ଟି ଶବଦାହ କରାଯାଇପାରିବ । ଏହାସହ ହରିଶ୍ଚନ୍ଦ୍ର ଯୋଜନାରେ ଗରିବ ଲୋକ ମାଗଣାରେ ଶବ ଦାହ କରିପାରିବେ ବୋଲି ପୁରୀ ପୌର ପରିଷଦ ପକ୍ଷରୁ କୁହାଯାଇଛି । ତେଲେଙ୍ଗାନା ମହାପ୍ରସ୍ଥାନମ ଢାଞ୍ଚାରେ ଏହାର ନିର୍ମାଣ କରାଯାଇଛି । ଲୋକାର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଧି ମୁତାବକ ସେଠାରେ ହୋମ କରାଯାଇôଥଲା ।