ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଶେଷ ହୋଇଛି

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା । ମଙ୍ଗଳବାର ବିଳମ୍ବିତ ରାତ୍ରରେ ଭାବ ବିହ୍ୱଳ ହୋଇ ମା’ ଙ୍କୁ ଅଶୃଳ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସହର ବାସୀ । ବାଜା, ବାଜଣା ଓ ଆତସବାଜିର ବିରାଟ ପଟୁଆର ସହ ହଜାର ହଜାର ଭକ୍ତଙ୍କ ମେଳରେ ଠାକୁରାଣୀ ଦର୍ଶନ ଦେଇଥିଲେ । ବାଣଯାତ୍ରାରେ ଦୀର୍ଘ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ହାଇସ୍କୁଲ ଖେଳ ପଡିଆ ବିଭିନ୍ନ ରଙ୍ଗୀନ ବାଣରେ ପ୍ରକମ୍ପିତ ହୋଇଥିଲା । ଏହାକୁ ଦେଖିବା ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ପୁରୁଷୋତ୍ତମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ୩ ତାରିଖ ରୁ ଆରମ୍ଭ ହୋଇ ୩୦ତାରିଖରେ ଯାତ୍ରା ଶେଷ ହୋଇଚି । ସମଗ୍ର ସହର ଚଳଚଞ୍ଚଳ ହୋଇଉଠିଛି । ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଦେଇଛି ।
କରୋନା କଟକଣା ଯୋଗୁଁ ଦୀର୍ଘ ଚାରି ବର୍ଷ ପରେ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀଙ୍କୁ ଏକତ୍ର ପାଖରେ ପାଇ ସହରବାସୀ ଆତ୍ମ ବିଭୋର ହୋଇ ପଡିଛନ୍ତି । ବଡବଜାର ଅସ୍ଥାୟୀ ମନ୍ଦିର ଠାର ରାତ୍ରରେ ବିରାଟ ପଟୁଆରରେ ପରମ୍ପରା ଅନୁଯାୟୀ ଗୋପାଳ ସମ୍ପ୍ରଦାୟର ପାଞ୍ଚଜଣ ପୁରୁଷ ଫୁଲଚାଙ୍ଗୁଡି ଧରି ମା କନକା, କାଳୁଆ, ତାରାତାରିଣୀ, କାଳୀ ଙ୍କ ମୂଖ୍ୟ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ଠାକୁରାଣୀଙ୍କୁ ଆବାହନ କରି ଆଣିଥିଲେ । ମାତ୍ର ଏକ ପୂର୍ବବିବାଦୀୟ ପରିସ୍ଥିତି ସହ ପ୍ରଶାସନିକ କଟକଣାରହିଥିବା କାରଣରୁ ମା’ ଫୁଲ ସୁନ୍ଦରୀଙ୍କୁ ମନ୍ଦିର ପରିବର୍ତ୍ତେ ଆସିକା-ହୁମ୍ମା ମୁଖ୍ୟ ରାସ୍ତାର କାଳୀ ମନ୍ଦିର ଛକ ନିକଟରେ ଥିବା ଏକ କଲଭର୍ଟ ଉପରୁ ଆମନ୍ତ୍ରଣ କରିଆଣିଥିଲେ । ଏହି ପଞ୍ଚ ଠାକୁରାଣୀଙ୍କୁ ସହର ପରିକ୍ରମା କରି ଆଣି ବିଳମ୍ବିତ ରାତ୍ରରେ ଅସ୍ଥାୟୀ ମନ୍ଦିରରେ ବିଜେ କରାଇ ପୂଜାର୍ଚ୍ଚନା କରାଯାଇଥିଲା । ଉଦଯାପିତ ହେଲା ମା ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ଦୀର୍ଘ ୨୮ଦିନ ଧରି ଚାଲିଥିବା ପଞ୍ଚ ଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାର ବିଳମ୍ୱିତ ରାତିରେ ଶେଷ ହେଇ ଯାଇଅଛି ।

Leave A Reply

Your email address will not be published.

fourteen + fifteen =