ପୂର୍ଣ୍ଣଚନ୍ଦ୍ର ହାୟାର ସେକେଣ୍ଡାରୀ ସ୍କୁଲର ସଫଳତା


ବାରିପଦା: ବାରିପଦାର ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ହାୟାର ସେକେଣ୍ଡାରୀ ସ୍କୁଲ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ନୂଆ ରେକର୍ଡ ସୃଷ୍ଟୁି କରିଥିବାର ଜଣାଯାଇଛି । ତେବେ ଚଳିତ ବର୍ଷ ବିଦ୍ୟାଳୟର ମୋଟ ୭୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସବୁ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ୪୧ ଜଣ ପ୍ରଥମ ଶ୍ରେଣୀରେ ୨୯ ଜଣ ୨ୟ ଶ୍ରେଣୀରେ ଏବଂ ୨ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବାର ଜଣାଯାଇଛି । ସେଥି ମଧ୍ୟରୁ ଦେବାଶିଷ ସାହୁ ୮୮ଶତକଡା ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ, ଚିନ୍ମୟ ଶଚିଦାନନ୍ଦ ସି ୮୫ ଶତକଡା ନମ୍ବର ରଖି ୨ୟ ସ୍ଥାନ ଏବଂ ଘାସିରାମ ମାରାଣ୍ଡି ୭୯ଶତକଡା ନମ୍ବର ରଖି ତୃତୀୟ ହୋଇଥିବା ବେଳେ ବିଦ୍ୟାଳୟ ତରଫରୁ ସଭାପତି ଇଂ ପ୍ରଭାସ କୁମାର ଦାସ, ଅଧ୍ୟକ୍ଷା ଅଙ୍କିତା ବାରିକ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିବାର ଜଣାଯାଇଛି । ବିଦ୍ୟାଳୟର ସବାପତି ଇଂ ଦାସ ନିଜ ଜେଜେ ବାପାଙ୍କ ସ୍ମୃତିରେ ଖୋଲିଥିବା ଏହି ବିଦ୍ୟାଳୟ ୨୦୧୭ ମସିହାରେ ଆରମ୍ଭ ହୋଇଥିବା ବେଳେ ପ୍ରଥମରୁ ଏକ ଭିଜନ ଓ ମିଶନ ନେଇ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହାୟତାରେ କାର୍ଯ୍ୟକରି ଆସୁଥିଲେ ଏହାର ଫଳ ସ୍ୱରୁପ ଆଜି ବିଦ୍ୟାଳୟର ଶତପ୍ରତିଶତ ବିଦ୍ୟାର୍ଥୀ ପାସ କରିଥିବା ବେଳେ ଆଗକୁ କିଭଳି ବିଦ୍ୟାଳୟର ଶତପ୍ରତିଶତ ପିଲା ପ୍ରଥମ ଶ୍ରେଣୀରେ ପାସ କରିବେ ସେହି ମିଶନ ନେଇ କାର୍ଯ୍ୟ କରାଯାଉଥିବାର କହିଛନ୍ତି । ବିଦ୍ୟାଳୟର ଏହି ସଫଳତାର ଶ୍ରେୟ ସେ ସମସ୍ତ କର୍ମଚାରୀଙ୍କ ସହିତ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ ମାନଙ୍କୁ ଦେଇଛନ୍ତି ।

Leave A Reply

Your email address will not be published.

five × three =