ପୂର୍ବତଟ ରେଳପଥର ସ୍ୱଚ୍ଛତା ପକ୍ଷ

ଭୁବନେଶ୍ୱର : ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ରେଳବାଇ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ପକ୍ଷ ଦେଶସାରା ପାଳନ କରାଯାଉଅଛି । ଏଥିପାଇଁ ପୂର୍ବତଟ ରେଳପଥ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ ପାଳନ କରି ରେଳ ଷ୍ଟେସନ ପରିସର, ଟ୍ରେନ, କାର୍ଯ୍ୟାଳୟ, ୱାର୍କଶପ, ମରାମତି ଡିପୋ, ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାସସ୍ଥଳୀ ଅଂଚଳମାନଙ୍କରେ ପରିଚ୍ଛନ୍ନତା ପ୍ରତି ବ୍ୟାପକଭାବେ ସ୍ୱତନ୍ତ୍ର ଧ୍ୟାନ ଦେଉଅଛି । ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ପୂର୍ବାହ୍ନରେ ରେଳସନରୁ ଭରଚୁଆଲ ମାଧ୍ୟମରେ ରେଳପଥ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇ ସ୍ୱଚ୍ଛତା ନିମନ୍ତେ ପ୍ରତି ସପ୍ତାହରେ ଦୁଇ ଘଂଟା ଶ୍ରମଦାନ କରିବା ସହିତ ନିଜେ ଅଳିଆ ନଫିଙ୍ଗିବା କିମ୍ବା କାହାକୁ ଏହା ନକରିବା ପାଇଁ ପ୍ରବର୍ତାଇବା ନିଜଠାରୁ ନିଜ ପରିବାରରୁ, ନିଜ ଅଂଚଳରୁ ଏବଂ କାର୍ଯ୍ୟସ୍ଥଳରୁ ପରିଚ୍ଛନ୍ନତା ଆରମ୍ଭ କରିବା ସହିତ ଅନ୍ୟମାନଙ୍କୁ ଏଥିପ୍ରତି ପ୍ରବର୍ତାଇବାକୁ ଶପଥ ପାଠ କରାଇଥିଲେ ଯାହା ଫଳରେ ଦେଶକୁ ପରିସ୍କାର ପରିଚ୍ଛନ୍ନତା ରଖାଯାଇପାରିବ ।

Leave A Reply

Your email address will not be published.

5 × four =