ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳସଦନ ଠାରେ ଭାରତ ରତ୍ନ ବାବା ସହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କର ୬୪ତମ ମହାପରିନିର୍ବାନ ପାଳିତ ହୋଇଯାଇଅଛି । ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ବାବା ସାହେବ ଡ. ବି. ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଳେ । ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ଶ୍ରୀ ତୁଷାର କାନ୍ତି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯାଥା ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲିଟିୟର ଠାରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀ ମାନେ ମହାପରିନିର୍ବାନ ଦିବସ ପାଳନ କରିବା ଅବସରରେ ବାବା ସାହେବଙ୍କ ଫଟୋର ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।