ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ସେ କୋଭିଡରେ ଆକ୍ରାନ୍ତ ହେବା ପରେ ବେଶ୍ କିଛି ଦିନ ଧରି ହାଇଦ୍ରାବାଦରେ ଚିକିତ୍ସାଧୀନ ଥିଲେ । ଆଜି ସକାଳେ ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକ ଘଟିଥିବା ନେଇ ତାଙ୍କ ସାନଭାଇ ମନୋଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କଟକ ଜିଲ୍ଲା କଂଗ୍ରେସର ପ୍ରଭାରୀ ଦାୟିତ୍ୱ ତୁଲାଉଥିଲେ ।