ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ : ପୋଲିସର ମାମଲା

ବାଙ୍କୀ : ନୁତନ ଭାବେ ଦାୟୀତ୍ୱ ନେଇଥିବା ବୈଦେଶ୍ୱର ପୋଲିସ ଅଧିକାରୀ ବସନ୍ତ ଶତପଥିଙ୍କ ସହାୟତାରେ ବଞ୍ଚିଗଲା ଏକ ଜୀବନ । ସୁଚନା ଯୋଗ୍ୟ ଯେ, ଗତ ୧୬ ତାରିଖରେ ଖଜୁରିପଦା ନୁଆଗାଁ ଗ୍ରାମର ସୁନୀଲ ପ୍ରଧାନ ଜଗନ୍ନାଥପୁର ଗ୍ରାମ ମୁଣ୍ଡ ପୋଖରୀ ମାଟି ଟ୍ରାକ୍ଟର ଚଳାଉଥିବା ବେଳେ ପୁର୍ବ ଶତୃତାକୁ ଆଧାର କରିର ଖଜୁରିପଦା ନୁଆଗାଁ ଗ୍ରାମର କିଛି ବ୍ୟକ୍ତି ସଙ୍ଗରୋଧ ହୋଇ ମାରାତ୍ମକ ଆକ୍ରମଣ କରିଥିଲେ । ଉକ୍ତ ସ୍ଥାନରୁ ସୁନୀଲକୁ ଉଠାଇଥ ଆଣି କାଳି ପୋଇ ଜଙ୍ଗଲ ନିକଟରେ ନିକାଞ୍ଚନ ସ୍ଥାନରେ ପୁନର୍ବାର ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସୁନୀଲ ଚେତା ଶୁନ୍ୟ ହେବା ଦେଖି ତାଙ୍କୁ ସେଠାରେ ଛାଡି ପଳାଇଥିଲେ । କିଛି ପଥଚାରୀ ଦେଖି ବୈଦେଶ୍ୱର ପୋଲିସ ଓ ସୁନୀଲଙ୍କ ଗ୍ରାମକୁ ଖବର ଦେଇଥିଲେ । ନୁତନ ପେଟ୍ରୋଲିଂ ରେ ଥିବା ବୈଦେଶ୍ୱର ଥାନା ଅଧିକାରୀ ଶ୍ରୀ ଶତପଥି ଓ ପରିବାର ଲୋକ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁନୀଲକୁ ଉଦ୍ଧାର କରି ପୋଲିସ ଗାଡିରେ କଳାପଥର ଚିକିତ୍ସାଳୟକୁ ନେିଥିଲେ । ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କର ଚେତା ଆସିଥିଲା । ଏହାପରେ ଥାନାଅଧିକାରୀ ସୁନୀଲଙ୍କ ପରିବାରକୁ ତାଙ୍କ ଜିମା ଦେଇଥିଲେ । ସୁନୀଲ ଟିକେ ସୁସ୍ଥ ହେବା ପରେ ସମଗ୍ର ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ । ସୁନୀଲଙ୍କ ପତ୍ନୀ ସରୋଜିନନୀ ପ୍ରଧାନ ୧୬ ତାରିଖ ଦିନ ବୈଦେଶ୍ୱର ଥାନାରେ ସାଦିତ୍ୟ ସିଂ, ସତ୍ୟବାଦୀ ସ୍ୱାଇୃଁ, ଦୀପକ ନାୟକ, କୁନା ବେହେରା, ପିଙ୍କିନା ପଣ୍ଡା, ସିପୁନା ହାତୀ, ଟିକି ବେହେରା, ରବି ନାୟକ ସଂଘବୋଧ ହୋଇ ତାଙ୍କ ସ୍ୱାମୀଙ୍କୁ ମାରଣାତ୍ମକ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଓ କିଛି ପଇସା ନେଇ ଯାଇଛନ୍ତି । ଜଗନ୍ନାଥପୁର ପୋଖରୀ ପାଖରୁ ମାଡ ମାରୀ ଉଠେଇ ନେବା ଅବସ୍ଥାରେ ଉକ୍ତ ବ୍ୟକ୍ତିମାନେ ସୁନୀଲକୁ ମାରି ସୁନୀଲର ପରିବାରକୁ ନାଶ କରିବା ପାଇଁ ଧମକ ଦେଇଥିବା ଏତଲାରେ ଲେଖା ଅଛି । ପୋଲିସ ଉକ୍ତ ଏତଲାକୁ ଆଧାର କରି କେସ ନମ୍ବର ୪୪/୨୧ ଧାରା ୧୪୭, ୧୪୮, ୨୯୪, ୩୨୩, ୩୦୭, ୩୭୯, ୫୦୬, ୧୪୯ ମାମଲା ରୁଜୁ କକରି ତଦନ୍ତ ଆରମ୍ଭ କରିଛି । ବର୍ତମାନ ପର୍ଯ୍ୟନ୍ତ ଆସାମୀମାନେ ଫେରାର ଅଛନ୍ତି । ପୋଲିସ ତନଖି କାର୍ଯ୍ୟ ଜୋରଦାରରେ କରୁଛି ବୋଲି ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ସ୍ୱାଇଁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × one =