ପୋଖରୀପୁଟରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ କେୟାର ସେଂଟର୍

ଭୁବନେଶ୍ୱର: ପୋଖରୀପୁଟରେ ବିଏମ୍ସି ପକ୍ଷରୁ ଏକ କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ ହୋଇଛି । ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ବିଧାୟକ ପାଣ୍ଠିରୁ ଏଥି ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି । ପୋଖରୀପୁଟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମିତ ଅର୍ବାନ୍ ହଷ୍ଟେଲ୍ରେ ଖୋଲିଥିବା ଏହି କେନ୍ଦ୍ରରେ ୫୦ଟି ଶଯ୍ୟାର ବନେ୍ଦାବସ୍ତ କରାଯାଇଛି । ଏଠାରେ ସ୍ୱତନ୍ତ୍ର ଭ୍ୟାନ୍, ଆମ୍ବୁଲାନ୍ସ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କମ୍ ଲକ୍ଷଣ ଥିବା କିମ୍ବା ଲକ୍ଷଣ ନ ଥିବା କରୋନା ରୋଗୀଙ୍କୁ ଏଠାରେ ରଖାଯିବ । କେନ୍ଦ୍ର କାର୍ଯ୍ୟକ୍ଷମ ହେବ ପୂର୍ବରୁ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ଓ ବିଏମ୍ସି ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ବି ଏମ୍ସିର ଅଧିକାରୀମାନେ ତଦାରଖ କରିଥିଲେ ।

Leave A Reply

Your email address will not be published.

three × four =