ପୋଲିସ ଉପସ୍ଥିତିରେ ବୋମା ମାଡ

ଖୋର୍ଦ୍ଧା: ପୋଲିସ ଉପସ୍ଥିତିରେ ତଥା ସୂରକ୍ଷା ବ୍ୟବସ୍ଥା ସତ୍ୱେ ଏକ ଘର ଉପରକୁ ଦୃର୍ବୁତ ୪ଟି ବୋମା ମାଡ କରି ଫେରାର ହୋଇଯାଇଥିବା ଘଟଣା ବିଭିନ୍ନ ମହଲରେ ଗଭିର ଉଦବେଗ ସୃଷ୍ଟି କରୁଛି ।
ସୂଚନା ଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟ ଗ୍ରାମର ହୃଦାନନ୍ଦ ସ୍ୱାଇଁଙ୍କ ପରିବାର ଉପରକୁ ପୂର୍ବରୁ ଗତ ୧୧ଓ ୧୮ ତାରିଖରେ ୨ଟି ବୋମା ମାଡ ହୋଇଥିଲା । ଏହାପରେ ଉକ୍ତ ପରିବାରକୁ ପୋଲିସ ତିରଫରୁ ସୂଚକ୍ଷା ଯୋଗାଇ ଦିଆଯାଇଥିଲା । ୪ପୋଲିସ କର୍ମଚାରୀ ପରିବାରକୁ ରାତିରେ ସୂରକ୍ଷା ଦେଇ ଆସୁଥିଲେ । ମାତ୍ର ପୋଲିସ ଉପସ୍ଥିତି ସତ୍ୱେ ଗତକାଲି ରାତିରେ ପୁଣି ବୋମା ମାଡ ହୋଇଥିଲା । ୪ ଦୁର୍ବୃତ ଚାଲି ଚାଲି ଆସି ଉକ୍ତ ଘର ଉପରକୁ ୪ଟି ବୋମା ଫୋପାଡି ଫେରାର ହୋଇଯାଇଥିଲେ । ଏଥିରେ କେହି ଆହତ ହୋଇନଥିବା ଜଣାଯାଇଛି । କିନ୍ତୁ ବୋମା ମାଡ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କ ଖେଳି ଯାଇଛି । ସିସିଟିଭିରେ ବୋମା ମାଡ ବେଳର ଦୃଶ୍ୟ କଏଦ । ବୋମା ମାଡ ପରେ ନିଜେ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ପୂର୍ବରୁ ଏହି ବୋମା ମାଡ ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

3 × 4 =