ଚମ୍ପୁଆ: ବ୍ଲକ କର୍ଯ୍ୟାଳୟ ସହିତ ପଂଚାୟତବାସୀଙ୍କୁ ଯୋଡିବା ପାିଁଇଁ ସରକାର ଆମ ଗାଁ ଆମ ବିକାଶର ନାରା ଦେଉ ଥିବା ବେଳେ ଚମ୍ପୁଆ ବ୍ଳକ ବୈତରଣୀ ନଦୀ ଆର ପଟେ ଥିବା କୁଟାରୀପଶି ପଂଚାୟତବାସୀଙ୍କ ଦୁଃଖ ଏ ପର୍ଯ୍ୟନ୍ତ ଦୂର ହୋଇ ପାରିନାହିଁ । ସେମାନଙ୍କ ପାଇଁ ଏହି ପୋଲ ଉପଯୋଗି ହୋଇ ପାରି ନାର୍ହି । ଖବର ନେବାରୁ ଜଣାଯାିଛି ସଂଯୋଗୀକରଣ ରାସ୍ତା ପାଇଁ ଜମି ଅଧିଗ୍ରହଣ ହୋଇ ପାରିନାହିଁ କ କ୍ଷତିପୂରଣ ଅର୍ଥଦିଆ ଯାଇ ନଥିବାରୁ ରାସ୍ତାିା କାମ ହୋଇ ପାରୁନାର୍ହି । ଫଳରେ ପଂଚାୟତବାସୀଙ୍କ ଦଃଖ କହିଲେ ନସରେ । ଏହି ପଂଚାୟତବାସୀଙ୍କ କିଛି ଜମି ଚମ୍ପୁଆ ତହସିଲରେ ଥିବା ବେଳେକିଛି ଜମି ବହବିଲ ତହସିଲ ରେ ରହିଛି । ସେହିଭଳି ଏହି ପଂଚାୟତର ଲୋକମାନେ ୨ଟି ଥାାନା ଥିବାରୁ ଯିବା ଆସିବାରେ ଅସୁବିଧା ଭୋଗ କରୁଛନ୍ତି । ଏପରିକି ସେମାନେ ଓଡିଶାର ହେଲେ ମଧ୍ୟସେମାନଙ୍କ ଚଳଣୀ ଝାଡଖଣ୍ଡବାସୀଙ୍କ ଭଳି । ଗମନାଗମନର ଅସୁବିଧା ପାଇଁ ସେମାନଙ୍କର ଜୀବନଜିବିକା ପାଇଁ ଝାଡଖଣ୍ଡ ମାର୍କେଟ ଉପରେ ନିର୍ଭର କରୁଛନ୍ତି । କୁଟାରୀପଶି ପଂଚାୟତର ପୁରୁଷୋତ୍ତମପୁର କଙ୍କଡାପାଟ , କୁଟାରୀପସି, ନୟାକୃର୍ଷ୍ଣପୁର କୁଦାପି କୁ ନେଇ ଏହି ଗ୍ରାମ ପଂଚାୟତ ଗଠିତ । ବ୍ଲକ କାର୍ଯ୍ୟାଳୟ ଚମ୍ପୁଆକୁ ଆସିବା ପାଇଁ ଗ୍ରାମବାସୀଙ୍କୁ ଝାଡଖଣ୍ଡ ଦେଇ ୧୫ କିମି ରାସ୍ତା ବୁଲିବାକୁ ପଡୁ ଥିଲା । ବୈତରଣୀ ନଦୀ ପାଇଁ ବର୍ଷା ଦିନେ ପଂଚାୟତବାସୀ ଅକଥନିୟ ଦୁଃଖ ଭୋଗିଥାାନ୍ତି । ବ୍ଲକ କାର୍ଯ୍ୟାଳୟଠାରୁ ଏହା ସଂପୂର୍ଣ୍ଣଭାବେ ବିଛିନ୍ନ ହୋଇ ଯାଇଥାଏ । ପଂଚାୟତବାସୀଙ୍କ ଦୁଃଖ ଲାଘବ ପାଇଁ ସରକାର ଏକକୋଟୀ ଉର୍ଦ୍ଧରେ ନଦୀ ଉପରେ ଏକ ପୋଲ ନିର୍ମାଣ କରିଥିଲେ । ପୋଲ କାମ ୨ବର୍ଷ ହେବ ଶେଷ ହୋଇ ଥିଲେ ମଧ୍ୟ କେବଳ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇ ପାରୁ ନ ଥିବାରୁ ଏହା ଜନସାଧାଣରଙ୍କ କାମରେ ଆସି ପାରୁ ନାର୍ହି । ବର୍ଷାାର୍ ଦିନ ଆସିଲେ ସେମାନଙ୍କର ଦଃଖ ବଢ଼ାଇ ଦେଇଥାଏ । ଏବାବଦରେ ଚମ୍ପୁଆ ଗା୍ରମ୍ୟ ଉନ୍ନୟନ ନିର୍ମାଣ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ପବିତ୍ର ବେହେରା ଙ୍କୁ ପଚାରିବାରୁ କହିଲେ ଅଧିଗ୍ରହଣ ସରିଯାଇଛି କେବଳ ଜମିମାଲିକମାନ ସେମାନଙ୍କର କ୍ଷତିପୂରଣ ଅର୍ଥ ପାଇ ନଥିବାରୁ ସଂଯୋଗିକରଣ ରାସ୍ତା ହୋଇ ପାରିନାହିଁ । ଏ ଦିଗରେ ତହସିଲ ପ୍ରଶାସନ କାମ କରୁଛି । ଖୁବ ଶିଘ୍ର ସଂଯୋଗୀକରଣ ରାସ୍ତା ଆରମ୍ଭ ହୋଇଯିବ ବୋଲି ସଫେଇ ଦେଇଛନ୍ତି । ।ବନା ଅଛି ।