ପୋଷ୍ଟ ଅଫିସରେ ବ୍ୟାଙ୍କ ସେବା

ଚମ୍ପୁଆ : କରୋନା କାଲରେ ଖାତା ଧାରମାନଙ୍କୁ ସହଜରେ ଓ ଶୀଘ୍ର ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ନଜାଇ ଏବେ ପୋଷ୍ଟ ଅଫିସରେ ଏହି ସେବା ଉପଲବ୍ଧ ହୋଇପାରୁଥିବା ଯଣାପଡିଛି । କେନ୍ଦ୍ର ସରକାଙ୍କ ଅନୁମୋଦନ କ୍ରମେ ଡାକ ବିଭାଗର ଏହା ଏଆଇପିଏସ (ଆଧାର ଏନେବ୍ଲ ପେମେଂଟ ସର୍ଭିସ୍) କୁ ବୁଝାଇଥାଏ । ଏହି ସେବା ମାଧ୍ୟମରେ ବ୍ୟାଙ୍କ ଗ୍ରାହକ ପୋଷ୍ଟ ଅଫିସ ଆସି ବ୍ୟାଙ୍କ ଖାତାରୁ ଜମାଣ ଟଙ୍କା ଉଠାଇ ପାରିବେ ଏଥିପାଇଁ କେବଳ ଗ୍ରାହକର କେବଳ ଆଧାର ନଂ ଦରକାର ପଡିଥାଏ । ଏହାକୁ ଏଇପିଏସ କୁହାଯାଏ । ଏହି ସେବାରେ ସର୍ବାଧିକ ୧୦ ହଜାର ଟଙ୍କା ଏକ ସମୟରେ ଓ ଦନକୁ ମାତ୍ର ଥରେ ଉଠାଇବାର ସୁବିଧା ରହିଛି । ଏହି ସେବା ଘରେ ପାଇବା ପାଇଁ ଗ୍ରାହକ ପୋଷ୍ଟମ୍ୟାନ କିମ୍ବା ପୋଷ୍ଟମାଷ୍ଟରଙ୍କ ପ୍ରଦତ ନଂରରେ ଫୋନ କଲେ ଘରେ ବସି ମଧ୍ୟ ଟଙ୍କା ଉଠାଣ କରିପାରିବେ ।ଏହା ବିକଳାଙ୍ଗ ଓ ପ୍ରପୀଡିତ ରେଗୀଙ୍କ ପାଇଁ ସୁବିଧାଜନକ ଅଟେ । ମହାମାରୀ କରୋନା ଯୋଗୁଁ ଲକଡାଇନ ଓ ସାମାଜିକ ଦୁରତାକୁ ଲକ୍ଷ୍ୟ କରି ଘରେ ବସି ମଧ୍ୟ ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇପାରିବେ ।

Leave A Reply

Your email address will not be published.

4 × three =