ପୌରାଣିକ ଉପନ୍ୟାସ “କୃଷ୍ଣା” ଉନ୍ମୋଚିତ

ଯାଜପୁର:- ଯାଜପୁରର ପ୍ରସିଦ୍ଧ ବନ ବିହାରୀ ମଠ ପରସିରରେ ଔପନ୍ୟାସିକ ଜଗନ୍ନାଥ ଧଳଙ୍କ ରଚିତ ଉପନ୍ୟାସ “କୃଷ୍ଣା” ବରିଷ୍ଠ ପ୍ରାକ୍ତନ ପ୍ରଶାସକ ବନ ବିହାରୀ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସାରସ୍ୱତ ସଭାରେ ଶିକ୍ଷାବିତ୍ ପୁଷ୍ପକାନ୍ତ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ଯାଜପୁରର ବହୁ ଶିକ୍ଷାବିତ୍, ବୁଦ୍ଧିଜୀବି, ସାହିତି୍ୟକ ପ୍ରମୁଖ ଏହି ପୁସ୍ତକ ଉନ୍ମୋଚନରେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଗଦାଧର ରାଉତ, ବିଷ୍ଣୁ ଚରଣ ବିହାରୀ, ପ୍ରମୋଦ ମହାନ୍ତି, ପ୍ରତୀମା କର, ରବି ନାରାୟଣ ନାୟକ, ଅକ୍ଷୟ କୁମାର ଦାସ, ଗୋପାଳ ନାୟକ, ମଧୁ ଧଳ, ଶିକ୍ଷକ ପ୍ରଶାନ୍ତ ରାଉତରାୟ, ନଟବର ଦାସ, ରବିନ୍ଦ୍ର କୁମାର ମହାନ୍ତି, ଶ୍ରୀନିବାସ ଦାସ, ଗୋବର୍ଦ୍ଧନ ପ୍ରଧାନ, ରାମଚନ୍ଦ୍ର ବେହୁରିଆ, ସୁବାଷ ନାୟକ, ସାମ୍ବାଦିକ ଅକ୍ଷୟ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ‘କୃ୍ଷ୍ଣା’ ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଶେଷରେ ବିରଜା ସାହିତ୍ୟ ସଂସ୍କୃତି ଗବେଷଣା ପରିଷଦର ବାର୍ତା ସମ୍ପାଦକ ମୀନ କେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × 5 =