ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ପ୍ରାଧ୍ୟାପକ ଶ୍ରୀ ଲୋକନାଥ ମହାନ୍ତି

ଜଗନ୍ନାଥ ପ୍ରସାଦ : ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରତିବର୍ଷ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ପ୍ରତ୍ୟେକ ବ୍ଲକରୁ ପ୍ରକୃତି ବନ୍ଧୁ ପୁରସ୍କାର ଦିଆଯାଇଥାଏ । ଚଳିତ ବର୍ଷ ଜଗନ୍ନାଥ ପ୍ରସାଦ ବ୍ଲକରୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦର ଯୁବ ରେଡକ୍ରସ୍ କାଉନସିଲର ତଥା ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଲୋକନାଥ ମହାନ୍ତିଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଛି । ୭୪ତମ ବନ ମହୋତ୍ସବ ସପ୍ତାହର ଅନ୍ତିମ ଦିବସରେ ଛତ୍ରପୁର ନିକଟସ୍ଥ ସିନ୍ଦୂରାପଲ୍ଲୀ ସେଣ୍ଟ୍ରାଲ ନର୍ସରୀରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ ଗଞ୍ଜାମ ଜିଲ୍ଲାର ସମ୍ମାନନୀୟ ପି.ଡି. , ଉପ-ଜିଲ୍ଲାପାଳ, ବ୍ରହ୍ମପୁର ଓ ଭଞ୍ଜନଗର ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଉପୟାନ, ପ୍ରଶଂସା ପତ୍ର ସହ ଦଶ ହଜାର ଟଙ୍କା ପ୍ରଦାନ କରି ସମ୍ମାନିତ କରାଯାଇଛି । ଜଗନ୍ନାଥ ପ୍ରସାଦ ବ୍ଲକରୁ ଶ୍ରୀଯୁକ୍ତ ମହାନ୍ତି ପ୍ରକୃତି ବନ୍ଧୁ ପୁରସ୍କାର ପାଇ ଥିବାରୁ ସେ ବନ ବିଭାଗକୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ବହୁ ପୁରାତନ ସ୍ଵେଛାସେବୀ , ସ୍ଵେଛାସେବୀ ଅନୁଷ୍ଠାନ ଓ ଅଞ୍ଚଳବାସୀ ମଧ୍ୟ ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

seventeen − six =