ଜଗତସିଂହପୁର: ପ୍ରଚଣ୍ଡ ଗ୍ରାଷ୍ମ ପ୍ରବାହ ଦ୍ୱାରା ଜଗତସିଂହପୁର ଜିଲ୍ଲାରେ ପାଇପ ଜଳ ଓ ପାନୀୟ ଜଳ ଅମଳ ଅମଳ ପ୍ରକଳ୍ପ ଦ୍ୱାରା ଯୋଗାଇ ଦେବାକୁ ଥିବା ଆମ୍ବଶାଳ ମେଘା ପ୍ରକଳ୍ପ ନିର୍ମାଣ ଧିର ମନ୍ଥର ଗତିରେ ଚାଲିଛି । ଗତ ତିନି ବର୍ଷ ତଳେ ରାଜ୍ୟ ମୁଖନ୍ତ୍ରୀଙ୍କ ଦ୍ୱାରା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଦ୍ୱାରା ଉଦ୍ଧିଷ୍ଟ ୩୦୦ କୋଟି ଟଙ୍କାର ମେଘା ପାଇପ ଜଳ ଅମଳ ପ୍ରକଳ୍ପ ଦ୍ୱାରା ଘରେ ଘରେ ପାନୀୟ ଜଳ ପହଞ୍ଚାଇବା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଏହା ପ୍ରାୟ ଦୁଇଗୋଟି ନିର୍ବାଚନ ମଣ୍ଡଳୀ ବାଲିକୁଦା ଏରସମା ଓ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ପାନୀୟଜଳ ସମସ୍ୟାକୁ ସମାଧାନର ଏକମାତ୍ର ପନ୍ଥା ବୋଲି ରାଜ୍ୟ ସରକାରଙ୍କ ବିଚାରାଧିନ ପ୍ରକଳ୍ପ ବୋଲି କୁହାଯାଇଛି । ମାତ୍ର ଏହାର ନିର୍ମାଣ କାର୍ଯ୍ୟ ଏଲ୍ ଆଣ୍ଡ ଟି କମ୍ପାନୀ ଦ୍ୱାର ହେଉଥିଲେ ସୁଧା କମ୍ପାନୀ ଚଳିତ ବର୍ଷ ୨୦୨୧ ମସିହା ଜୁନମାସ ଶେଷ ଶୁଦ୍ଧା ଶେଷ କରି ପଞ୍ଚାୟତରାଜ ତଥା ପାନୀୟଜଳ ବିଭାଗକୁ ହସ୍ତାନ୍ତର କରିବା କଥା, ହେଲେ ଉଦ୍ଧାସୀନତା ଏବଂ ଆରଡବ୍ଲ୍ୟୁଏସଏସ ଜଗତସିଂହପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ବେଖାତିର ମନୋଭାବ ଦ୍ୱାରା ଏପରି ବ୍ୟହତ ପ୍ରକଳ୍ପରେ ଶିଥିଳତା ଦେଖାଦେଇଛି । ଜିଲ୍ଲା ପ୍ରଶାସନ୍ଖଳ ଦଳର କାଳକ୍ଷେପଣ ନିତି ଏବଂ ସ୍ଥାନୀୟ ବିଧାୟକ ବା ମନ୍ତ୍ରୀଙ୍କର ଲାଭଖୋର ମନୋବୃତି ଯୋଗୁଁ ଏହି ପ୍ରକଳ୍ପରେ ମନ୍ଥରତର ଦେଖାଦେଇଛି । ଯାହା ଫଳରେ ଦୁଇଗୋଟି ନିର୍ବାଚନ ମଣ୍ଡଳୀରେ ପାନୀୟଜଳ ପାଇଁ ଆହାକାର ଦେଖାଦେଇଛି । କେତେକ ଗ୍ରାମପଞ୍ଚାୟତରେ ମୋଟେ ପାନୀୟଜଳ ବିଭାଗ ପକ୍ଷରୁ ଟୁ୍ୟବୱେଲ କିମ୍ବା ଟ୍ୟାଙ୍କର ଯୋଗେ ପାନୀୟଜଳ ର ବ୍ୟବସ୍ଥା ସଠୀକ ଢଙ୍ଗରେ କରାଯାଉନାହିଁ । ପ୍ରାୟ ଶତାଧିକ ଟୁ୍ୟବୱେଲ ଅଚଳ ହୋଇଥିବା ସ୍ଥାନରେ ଆଉ ନୁଆ ଟୁ୍ୟବୱେଲ ବସା ନଜିବା ଦ୍ୱାରା ସାଧାରଣ ଲୋକେ ପାଣି ପାଇଁ ବହୁ ଦୁର ଦୁରକୁ ଯାଉଥିବାର ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ବସୁଧା ଜଳଯୋଗାଣ ଦ୍ୱାରା ବୋରିଂ ଦ୍ୱାରା ପାନୀୟଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । କେତେକ ବସୁଧା ପ୍ରକଳ୍ପ ବିଦୁ୍ୟତ ତାର ଛିଣ୍ଡିବା ଦ୍ୱାରା କିମ୍ବା ଅନ୍ୟାନ୍ୟ ସମସ୍ୟ ପାଇଁ ଅଚଳ ହୋଇପଡିଛି । ବାଲିକୁଦା-ଏରସମା ନିର୍ବଚନୀ ମଣ୍ଡଳୀରେ ପ୍ରାୟ ଉପକୂଳବର୍ତୀ ୧୫ଗୋଟି ଗ୍ରାମପଞ୍ଚାୟତରେ ପାନୀୟଜଳ ପାଇଁ ଘୋର ସଙ୍କଟ ସୃଷ୍ଟି କରିଛି । ସେଥି ମଧ୍ୟରୁ ବରମୁଣ୍ଡଳୀ ମରିଚପୁର, ନହରଣା, ଅପଣ୍ଡରା, ଓଷକଣା, ଖାଲଗାଁ, ଅନନ୍ତପୁର, କୁଷୁପୁର, ରାହଣ, ବୋରିକିନା, ତିତିରା, ଗୋଡା, ଗଡହରିଷପୁର, ଅମ୍ବିକ, ପଦ୍ମପୁର, ସୋମପୁର, ପଞ୍ଚପଲୀ, ଜାନକାଦେଇପୁର, ଗଡକୁଜଗଙ୍ଗ, ଢିଙ୍କିଆ ନୁଆଗାଁ, ଜିରାଇଲୋ, ଅଭୟଚନ୍ଦ୍ରପୁର ପ୍ରମୁଖ ପ୍ରାୟ ୧୫ଗୋଟି ଗ୍ରାମପଞ୍ଚାୟତରେ ୩୦ଗୋଟି ଗ୍ରାମରେ ପାନୀୟଜଳ ସମସ୍ୟା ଲାଗି ରହିଛି । ସର୍ବଧିକକାଳ ଧରି ବାଲିକୁଦା-ଏରସମା ଏବଂ କୁଜଙ୍ଗ ବ୍ଲକରେ ପାନୀୟଜଳ ଲୌହ ଜନିତ କ୍ଷରୀୟ ପାଣୀ ଯୋଗୁଁ ଲୋକେ ଏଠାରେ ଖରାଦିନେ ପେଟରୋଗ ଜନିତ ଡାଏରିଆ,ଅମାଶୟ ଦ୍ୱାରା ସଂକ୍ରମିତ ହୋଇଥିାନ୍ତି । ଏବେ ବ୍ଲକ ପକ୍ଷରୁ ପାଣୀ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବାର ବ୍ରବସ୍ଥା କରାଯାଇଥିଲେ ମଧ୍ୟ ଏଥିରେ ବହୁ ଅଙ୍କର ଅର୍ଥ ବିଭାଗୀୟ କନିÂ ଯନ୍ତ୍ରୀ ଓ ବ୍ଲକ ଉନ୍ନୟନ ଅଧିକାରୀମାନେ ମୋଟା ଅଙ୍କର ଅର୍ଥ ତୋଷରପାତ କରୁଥିବାର ଅଭିଯୋଗ ମିଳିଥିବାର ଜଣାପଡିଛି ।