ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ହାରାହାରି ଦେଢ଼ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ୨୦୧୬ରେ ୧,୫୦୭୮୫ ଜଣ, ୨୦୧୭ ୧,୪୭,୯୧୩ ଜଣ ଓ ୨୦୧୮ରେ ୧,୫୮,୫୧୪ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରତି ଘଂଟାରେ ପ୍ରାୟ ୧୭ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ୨୦୧୮ ବର୍ଷର ତଥ୍ୟରୁ ଜଣାପଡ଼ିଛି ଯେ ଦୁଇ ଚକିଆ ଦୁର୍ଘଟଣାରେ ୫୫,୩୩୭ ଜଣ, କାର/ଟାକ୍ସିରେ ୨୫,୧୧୫ ଜଣ, ଗାଡ଼ି ଧକ୍କାରେ ୨୨,୬୫୬ ପଥଚାରୀ ଓ ଟ୍ରକ୍ ଦୁର୍ଘଟଣାରେ ୧୫,୧୫୦ ଜଣଙ୍କୁ ମୃତ୍ୟୁ ହୋଇଛି । ଗାଡ଼ି ଧକ୍କା ଦେଇ ପଳାଇବା କାରଣରୁ ୨୬,୬୧୯, ମୁହଁମୁହିଁ ଧକ୍କା ଯୋଗୁଁ ୨୯,୬୪୬ ଜଣ, ପଛରୁ ଧକ୍କା ଦେବାରୁ ୨୫,୮୦୧ ଜଣ ଓ ପାର୍କିଂ ହୋଇଥିବା ଗାଡ଼ି ଦୁର୍ଘଟଣାରେ ୪୭୮୦ ଜଣଙ୍କ ମୃତ୍ୟୁ ହୋଇଛି । ସଡ଼କ ଦୁର୍ଘଟଣାରେ ୧୮-୩୫ ବର୍ଷ ବୟସ ବର୍ଗରେ ସର୍ବାଧିକ ୭୨.୭୩୭ ଜଣଙ୍କ ମୃତ୍ୟୁ ଘଟିଛି । ୨୦୧୮ରେ ଉତରପ୍ରଦେଶରେ ସର୍ବାଧିକ ୨୨.୨୫୬ ଜଣ, ମହାରାଷ୍ଟ୍ରରେ ୧୩,୨୬୧ ଜଣ, ତାମିଲନାଡ଼ୁରେ ୧୨,୨୧୭ ଜଣ, କର୍ଣ୍ଣାଟକରେ ୧୦,୯୯୦ ଜଣ ଓ ମଧ୍ୟପ୍ରଦେଶରେ ୧୦,୭୦୬ ଜଣଙ୍କ ମୃତ୍ୟୁ ହୋଇଛି ।