ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା !

ରାଜଗାଙ୍ଗପୁର: ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର କୁରୁମୁରୁ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫେଲ ମାରିଥିବା ଜଣାପଡିଛି !କୁରୁମୁରୁ ପଞ୍ଚାୟତ ଲମଲୋଇ ଗ୍ରାମ ରେ ହିତାଧିକାରୀ ଲିଷ୍ଟ ରେ ନାମ ରହିଥିଲେ ମଧ୍ୟ ତୁମ ନାମ କଟିଯାଇଛି, ପର ଲିଷ୍ଟ ରେ ଆସିଯିବ କହିଥିଲେ ମଧ୍ୟ ଆଜକୁ ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ମିଳି ପାରିନାହିଁ ତାଙ୍କୁ ଘର ଖଣ୍ଡିଏ.!ପ୍ରାପ୍ତ ସୂଚନା ରୁ ପ୍ରକାଶ ଲମଲୋଇ ଗ୍ରାମ ର ବାସିନ୍ଦା ଖଗେଶ୍ୱର ରାଏ, ତାଙ୍କ ବାପା ପଙ୍କଜ ରାଏ ଓ ତାଙ୍କ ସାନ ଭାଇ ସୁରେନ୍ଦ୍ର ରାଏ ଇନ୍ଦିରା ଆବାସ ଯୋଜନା ରେ ଘର ଖଣ୍ଡେ ପାଇବା ନେଇ ଆବେଦନ କରିଥିଲେ !୨୦୧୭ମସିଆ ରେ ତାଙ୍କ ୩ ଜନ ଙ୍କ ନାମରେ ଇନ୍ଦିରା ଆବାସ ଯୋଜନା ରେ ହିତାଧିକାରୀ ଙ୍କ ତାଲିକା ରେ ନାମ ମଧ୍ୟ ଆସିଥିଲା !ଘରକୁ ଆସି ଜାଗା ଓ ଅନ୍ୟାନ କାଗଜ ପତ୍ର କାର୍ଯ୍ୟ ବି ହୋଇଥିଲା !ସରପଞ୍ଚ ମଧ୍ୟ ଇନ୍ଦିରା ଆବାସ ହୋଇଯାଇଛି ବୋଲି ଆସି ଜଣାଇ ଥିଲେ !ଏହାର କିଛି ଦିନ ପରେ ଏ ବିଷୟ ରେ ପଚାରିବାରୁ ତୁମ ନାମ ପଛ ରେ ଅଛି ତୁମକୁ ପରେ ମିଳିବ କହିଥିଲେ ! ୪ବର୍ଷ ବିତିଯାଇଥିଲେ ମଧ୍ୟ ଘର ନାହିଁ ଦେଖା ! ସରକାରଙ୍କ ଯୋଜନା ଲୋକ ଙ୍କ ହିତ ପାଇଁ ହୋଇଥିବା ବେଳେ ଏହି ସ୍ଥାନ ରେ ଅବହେଳିତ କାହିଁକି !ଏ ବିଷୟରେ ସରପଞ୍ଚ ଓ ବ୍ଲକ ରେ ପଚାରିଲେ ଗ୍ରୀନ ଫର୍ମ ଭର, ଓ ଅନ୍ୟାନ କଥା କୁହାଯାଉଥିବା ବେଳେ ହିତାଧିକାରୀ କାରୀଙ୍କୁ ହଇରାଣ କରଯାଉଛି !ଏଣୁ ଏଠି ସରକାର ଙ୍କ ଯୋଜନା ଫେଲ ମାରିଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

three + 3 =