ପ୍ରବାସୀ ଶ୍ରମିକଙ୍କ ପାଇଁ ଆଇନ ଡେସ୍କ

ଚମ୍ପୁଆ,୧୧ ।୦୬(ନି.ପ୍ର.): ଓଡିଶା ରାଜ୍ୟ ଆଇନ ସେବା ପ୍ରଧିକରଣ ନିର୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ତାଲୁକ ଆଇନସେବା କମିଟି ତରଫରୁ ଶ୍ରମ କାର୍ଯାଳୟଠାରେ ପ୍ରବାସୀ ଶ୍ରମିକ, ଅସହାୟ ଶ୍ରମିକ ଓ ଆଇନ ସେବା ଚାହୁଁଥିବା ହିତାଧିକାରିଙ୍କ ନିମନ୍ତେ ଏକ ଆଇନ ସହାୟତା ଡେସ୍କ ସ୍ଥାପନ କରାଯାଇଛି । ଏହି ଆଇନ ସହାୟତା ଡେସ୍କକୁ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ଦୋଳଗୋବିନ୍ଦ ବାରିକ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରମ କାର୍ଯ୍ୟାଳୟର ସୁଶ୍ରୀ ପୁଷ୍ପା ମିଞ୍ଜ୍, ଫ୍ରଂଟ ଅଫିସ ରିଟେନର ଯୋଗେଶ୍ୱର ମହାନ୍ତି, ପାରାଲିଗାଲ ସ୍ୱେଛାସେବୀ ରାମକୃଷ୍ଣ ଜିତ୍, କାର୍ଯ୍ୟାଳୟ ସହକାରୀ ଅବଦୁଲ ସୁରଜ ଖାନ, ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସହାୟତା କେନ୍ଦ୍ର ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କୁ କୋଭିଡ-୧୯ ପରି ଏକ ମହାମାରୀ ସମୟରେ କିପରି ଆଇନ ସମ୍ପର୍କିତ ସହାୟତାରୁ ବଂଚିତ ହେବେ ନାହିଁ, ସେଥିନିମିତ ସମସ୍ତ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ କରାଯାଇ ଉପଯୁକ୍ତ ଆଇନଗତ ସହାୟତା ପ୍ରଦାନ କରାଯିବ । ଏହା ବ୍ୟତୀତ ଆଇନ ସହାୟତା ନିମନ୍ତେ ଓଡିଶା ରାଜ୍ୟ ଆଇନସେବା ପ୍ରଧିକରଣ ଦ୍ୱାରା ୧୫୧୬ ନମ୍ବରରେ ପ୍ରବାସୀ ଶ୍ରମିକ ଓ ଯେକୋଣସି ଆଇନ ସହାୟତା ପାଇଁ ଯୋଗ୍ୟ ହିତାଧିକାରୀ ଯୋଗାଯୋଗ କରିପାରିବ ଅସହାୟ ପ୍ରବାସୀ ଶ୍ରମିକମାନଙ୍କୁ ଆଇନ ସେବା ପ୍ରଦାନ ପାଇଁ ଏକ ଡେସ୍କ ସ୍ଥାପନା କରାଯାଇଛି ବୋଲି ସୁଚନା ଦେଇଥିଲେ । ବିଶେଷ କରି ପ୍ରବାସୀ ମାନେ ଆଧାର କାର୍ଡ ସଂଯୋଗୀକରଣ ବେଳେ ତୁ୍ରଟି, ଶ୍ରମିକ କାର୍ଡରେ ତ୍ରୁଟି ତଥା ବିଭିନ୍ନ ଆଇନଗତ ସାହାଯ୍ୟ ଯୋଗାଇ ଦେବାକୁ କରାଯାଇଥିବା ଏଭଳି ପ୍ରୟାସକୁ ପ୍ରବାସୀ ଶ୍ରମିକମାନେ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.

1 + ten =