ବାଲିକୁଦା: ସରପଞ୍ଚ ମାନଙ୍କ ପ୍ରତି ବ୍ଲକ ପ୍ରଶାସନ ପକ୍ଷରୁ କରାଯାଉଥିବା ଅଣଦେଖା ପ୍ରତିବାଦରେ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତି ତଳେ ବାଲିକୁଦା ବ୍ଲକର ସରପଞ୍ଚ ମାନେ ବସି ରହି ପ୍ରତିବାଦ ଜଣାଇଥିବା ଦେଖିବାକୁ ମିଳିଥିଲା । ଭିସି ପାଇଁ ବିଡିଓ ସରପଞ୍ଚ ମାନଙ୍କୁ ଆମନ୍ତ୍ରଣ କରିଥିଲେ । ମାତ୍ର ଏମାନେ ଭିସିରେ ଯୋଗ ଦେବା ବଦଳରେ ଗାନ୍ଧି ପ୍ରତିମୂର୍ତି ତଳେ ବସି ପ୍ରତିବାଦ ଜଣାଇଥିଲେ । ଗତ ୫ ମାସ ଧରି କୋଭିଡ ସେଂଟର (ଟିଏମସି)କୁ ସୁଚାରୁରୂପେ ଚଳାଇ ଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଏ ପର୍ଯ୍ୟନ୍ତ ନ ମିଳିବା, ପିଡିଏସ ସାମଗ୍ରୀ ପ୍ରଦାନରେ ଅନିୟମିତତା, ପିଇଓ ଜିଆରଏସ ମାନଙ୍କ ମନମୁଖିରେ ଆବାସ ଯୋଜନା ହିତାଧିକାରି ଚୟନ ଓ ମନରେଗା କର୍ଫ୍ୟୁ ପ୍ରକଳ୍ପ ଚୟନ ଆଦି କରାଯିବା, ଉଦ୍ୟାନ କୃଷି ବୀବାଗ ପକ୍ଷରୁ ବ୍ଲକକୁ ଆସିଥିବା ନୁ୍ୟଟ୍ରିଗାର୍ଡେନ ସମ୍ପର୍କରେ ସରପଞ୍ଚ ମାନଙ୍କୁ କୌଣସି ତଥ୍ୟ ନ ଦେବା ଆଦି ୪ ଦଫା ସମ୍ବଳିତ ଏକ ଦାବି ପତ୍ର ବିଡିଓ କଲ୍ୟାନ ସୌରଭ ଦାସଙ୍କୁ ପ୍ରଦାନ କରାଯାଇଥିକା । ଏହି ଦାବି ଗୁଡିକ ପ୍ରତି ଦୃଷ୍ଟି ଦେଇ ଆସନ୍ତା ୧୫ ତାରିଖ ସୁଦ୍ଧା ସମସୟାର ସମାଧାନ କରା ନ ଗଲେ ଆସନ୍ତା ୧୭ ତାରିଖରେ ବ୍ଲକର ୩୦ ଟି ପଞ୍ଚାୟତର ସମସ୍ତ ସରପଞ୍ଚ ମାନେ ଏହି ଗାନ୍ଧି ପ୍ରତିମୂର୍ତୀ ନିକଟରେ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକରେ ସରପଞ୍ଚ ମାନେ ସେମାନଙ୍କ କୋଠିଡ କେନ୍ଦ୍ର ପ୍ରାପ୍ୟ ଅର୍ଥ ପାଇ ଥିବାେଳେ ଏଥିରୁ ବାଦ ପଡିଛନ୍ତି ବାଲିକୁଦା ବ୍ଲକର ସରପଞ୍ଚ ମାନେ । ଏ ସମ୍ପର୍କରେ ବାରମ୍ବାର ବିଡିଓଙ୍କୁ ଅବଗତ ଓ ଅଭିଯୋଗ କରିବା ପରେ ମଧ୍ୟ ଏହାର ସମାଧାନ ଦିଗରେ କୌଣସି ପଦକ୍ଷପ ଗ୍ରହଣ କରାଯାଉ ନାହିଁ ବୋଲି ସରପଞ୍ଚ ସଂଘ ପକ୍ଷରୁ ଅଭୀଯୋଗ କରାଯାଇଛି । ଏଥି ସହିତ ଆବାସ ଯୋଜନା, ଯୋଗାଣ ସାମଗ୍ରୀକୁ ନେଇ ମଧ୍ୟ ସରପଞ୍ଚ ମାନେ ଅଭିଯୋଗ କରିଥିବା ବେଳେ ଏହାର ସମାଧାନ ପାଇଁ ବିଡିଓଙ୍କୁ ଜଣାଇଛନ୍ତି । ସରପଞ୍ଚ ସଂଘ ସଭାପତି ନିରନ ପଣ୍ଡା, ସମ୍ପାଦକ ରମେଶ ପାଇଟାଳ. କୋଷାଧ୍ୟକ୍ଷ ଅନୁସୂୟା ସାହୁଙ୍କ ନେତୃ୍ତ୍ୱରେ ୪ ଦଫା ଦାବିକୁ ନେଇ ସରପଞ୍ଚ ମାନେ ଏଠାରେ ଧାରଣାରେ ପ୍ରତିବାଦ ଜଣାଇଥିଲେ । ସରପଞ୍ଚ ଶରତ ସେଠୀ, ଗୋବିନ୍ଦ ସେଠୀ, ପର୍ଶୁରାମ ସେଠୀ, ନିକୁ ବିଶ୍ୱାଳ, ସାଧୁ ଚରଣ ସାହୁ, ରମେଶ ସ୍ୱାଇଁ, ଅଶୋକ ବିଶ୍ୱାଳ, ଜ୍ୟୋତ୍ସ୍ନାରାଣି ବାରିକ, ଯତୀନ ପରିଡ଼ା, ଅଜୟ କୁମାର ମହାନ୍ତି ପ୍ରମୁଖ ସାମିଲ ଥିଲେ ।