ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ବୀର ଧନୁର୍ଜ୍ଜୟ ନାରାୟଣ ପୁର ଶାସନ ପ୍ରାଥମିକ ବିଦ୍ୟାଳୟ

ଚମ୍ପୁଆ : ବିପଦ ସଂକୁଳ ବିଦ୍ୟାଳୟ କୋଠରୀ । ବିଦ୍ୟାଳୟ କାର୍ଯ୍ୟାଳୟ ଗୃହରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ମଧ୍ୟ ରହିଛି । ଦୁଇ ବଖରା ଆଜବେଷ୍ଟସ ଗୃହ ତାହା ମଧ୍ୟ ଅଧା ଭାଙ୍ଗି ପଡିଛି । ଆଉ ଗୋଟିଏ କୋଠରୀର ଶ୍ରେଣୀ କେତେବେଳେ ଖସୀ ପଡିବ ସେଥି ପାଇଁ ଗୋଟିଏ ବାଉଁଶ ଖୁଣ୍ଟ ଦେଇ ରଖାଯାଇଛି । ଆଉ ୨ଟି ଶ୍ରେଣୀ କୋଠରୀ ଚାରୀ ପଟେ ଫାଟୀ ଆଁ କରି ରହିଛି । କେତେବେଳେ କେମିତି ଛାତର କଂକ୍ରୀଟ ଖସୁଛି । ବିଦ୍ୟାଳୟର ପାଇଖାନାର ସ୍ଥିତ ନ କହିବା ଭଲ । ପାଇଖାନାର ଟାଙ୍ଗିର ସ୍ଲାପ ଭାଙ୍ଗି ଥିବାରୁ ଟାଙ୍କି ଉପରେ ଭଙ୍ଗା ଆଜବେଷ୍ଟ ଘୋଡାଇ କାମ ଚଳାଯାଉଛି । ଏହି ବିଦ୍ୟାଳୟ କେଉଁ ଏକ ଦୂର ଦୂରାନ୍ତ ସ୍ଥାନର ନୁହେଁ । ଏହି ବିଦ୍ୟାଳୟ ଚମ୍ପୁଆ ଉପଜିଲ୍ଲାପାଳ ଓ ଚମ୍ପୁଆ ଏନଏସି କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ମିଟର ଦୂରରେ ରହିଛି । ବୀର ଧନୁର୍ଜ୍ଜୟ ନାରାୟଣ ପୁର ଶାସନବିଦ୍ୟାଳୟର ସ୍ଥିତି ଏପରି ହୋଇଛି କେଉଁ ମୁହୁର୍ତିରେ ଅଘଟଣ ଘଟିବ ତାହା କହିହେବ ନାହିଁ । ୧୯୭୨ ମସିହାରେ ଚମ୍ପୁଆ ଏନଏସିରେ ୧୦ ନଂ ୱାର୍ଡରେ ନିର୍ମିତ ହୋଇଥିବା ଏହି ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ୪୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ପାଞ୍ଚଟି ଶ୍ରେଣୀ ପାଇଁ ୨ଟି ଆଜବେଷ୍ଟ ଛାଉଣୀ ଗୃହ ଏବଂ ୨ଟି ଛାତ ଗୃହ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି । ଶ୍ରେଣୀ ଗୃହର ଗୋଟିଏ କୋଠରୀ ଶିକ୍ଷକଙ୍କ ଅଫିସ ଗୃହ ସହିତ ମଧ୍ୟାହ୍ନ ସାମଗ୍ରୀର ଷ୍ଟୋର ଗୃହ ଭାବେ ବ୍ୟବହୃତ ହେଉଛି ।
ଶ୍ରେଣୀ ଗୃହର ୫ଟି ଶ୍ରେଣୀର ଛାତ୍ରଛାତ୍ରୀପାଠ ପଢ଼ିବା ଦୃଶ୍ୟ ବାସ୍ତବିକ ୫ଟି ଯୁଗରେ ୫ଟି ସରକାରଙ୍କ ପାରିବା ପଣିଆଁକୁ ପଦାରେ ପକାଇ ଦେଇଛି । । ବିଦ୍ୟାଳୟ ପାଇଁ ୪ଜଣ ଶିକ୍ଷୟତ୍ରୀ ନିଯୁକ୍ତି ରହିଥିବା ବେଳେ କେଉଁ ଆଧାରରେ ୪୭ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୪ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ବିଦ୍ୟାଳୟର ଏଭଳି ଅବସ୍ଥାକୁ ନେଇ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ନାଏକଙ୍କୁ ଯୋଗା ଯୋଗ କରିବାରୁ କହିଲେ ଏ ସଂପର୍କରେ ମୁଁ ବିଭାଗକୁ ସୂଚନା ଦେଇଛି ବୋଲି କହିଥିବା ବେଳେ ଚମ୍ପୁଆ ଏନଏସିର ସହକାରୀ ଯନ୍ତ୍ରୀ ସୁଧାକର ଦାସଙ୍କୁ ଯୋଗା ଯୋଗ କରାଯିବାରୁ ଚମ୍ପୁଆ ଏନଏସିର ୬ଟି ଜରାଜିର୍ଣ୍ଣ ବିଦ୍ୟାଳୟର ଅତିରିକ୍ତ କ୍ଲାସ ରୁମ ନିର୍ମାଣ ପାଇଁ ଆମ୍ଭ ବିଭାଗ ତରଫରୁ ଡି ଏମ ଏଫ ପାଣ୍ଠି ପାଇଁ ଜଣାଇଛୁ ଅନୁଦାନ ଆସିଲେ ଶିଘ୍ର କାମ ହେବ ବୋଲି ସଫେଇ ଦେଇଛନ୍ତି ।

Leave A Reply

Your email address will not be published.

17 − two =