ଯାଜପୁର: ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲାା ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି କହିଲେ ଯେ, ସମସ୍ତ ରାଜ୍ୟର ୩୦ ଗୋଟି ଜିଲ୍ଲା ମଧ୍ୟରୁ ଯାଜପୁର ହେଉଚ୍ଥି ବନ୍ୟା, ବାତ୍ୟା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା । ମାତ୍ର ଖୁସିର କଥା ହେଉଚ୍ଥି ବିପର୍ଯ୍ୟୟ ସମୟରେ ସମସ୍ତ ଜନସାଧାରଣ, ସରକାରୀ କର୍ମଚାରୀ, ରାଜନେତା ଓ ଜଣେ ସାଧାରଣ ଜନତା ମିଳିମିଶି ଭାଇଚାରା ସଂପର୍କ ରଖି କାର୍ଯ୍ୟ କରିଥାନ୍ତି । ଯାହା ପଂଳରେ ପରବର୍ତୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବନ୍ଧକରୁ ଜିଲ୍ଲା ମୁକ୍ତ ହୋଇଥାଏ । ଉଦାହରଣ ହେଉଚ୍ଥି ମିଳିତ ଉଦ୍ୟମ ଯୋଗୁ କରୋନା ଆକ୍ରାନ୍ତରୁ ଜିଲ୍ଲାରେ ବହୁ ସଂଖ୍ୟକ ରୋଗୀ ଆରେଗ୍ୟଲାଭ କଲେଣି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାରେ ଥିବା ଏନ୍.ଜି.ଓ., ପୋଲିସ କର୍ମଚାରୀ, ଜିଲ୍ଲା ଜରୁରୀ ବିଭାଗ , ଅଗ୍ନିଶମ ବିଭାଗ, ଓଡ୍ରାପଂ ଟିମ୍, ସ୍ୱାସ୍ଥ୍ୟ ବିଭାଗ, ଗଣମାଧ୍ୟମ, ସାଧାରଣ ଜନତାଙ୍କ ମିଳିତ ଉଦ୍ୟମରେ ଏହାର ମୁକାବିଲା ସହଜପ୍ରଦ ହୋଇଥାଏ ବୋଲି ସେ କହିଥିଲେ । ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁ ଧନ ଜୀବନ ରକ୍ଷା କରୁଥିବାରୁ ସରକାରଙ୍କର ଏ ଦିଗରେ ପଦକ୍ଷେପକୁ ସେ ପ୍ରଶଂସା କରିଥିଲୋ ବନ୍ୟା, ବାତ୍ୟାକୁ କେହି ଅଟକାଇ ପାରିବେ ନାହିଁ, ମାତ୍ର ପୂର୍ବରୁ ଓ ପରବର୍ତୀ ସମୟରେ ନିଆଯାଇଥିବା ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସଂଚାଳନ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ବିପର୍ଯ୍ୟୟ ସମୟରେ ନିଜ ନିଜ ବିଭାଗର କର୍ତବ୍ୟ ସଂପାଦନ ସଂପର୍କରେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ବୈଠକ ପ୍ରାରମ୍ଭରେ ବିଭାଗର ବୈଶିଷ୍ଟ୍ୟ ଉପରେ ସମ୍ୟକ ଧାରଣା ଦେଇଥିଲେ ଓ ୧୯୯୯ ବାତ୍ୟାକୁ ମନେ ପକାଇ ସଚେତନ ରହିଲେ ଆମେ ସବୁ କଷ୍ଟରୁ ଲାଘବ ପାଇପାରିବା ବୋଲି ମତବ୍ୟକ୍ତ କରରିଥିଲେ । ଏହି ବୈଠକରେ ରାଜ୍ୟ ସ୍ତରରୁ ଆସିଥିବା କାରଖାନା ଓ ବ୍ରଏଲର ଜେନେରାଲ ମ୍ୟାନେଜର ମଳୟ ପ୍ରଧାନ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡି.ଆଇ.ବି. ଡି.ଏସ୍.ପି. ପ୍ରପୁଂଲ କୁମାର ମିଶ୍ର, ଅଗ୍ନିଶମ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ମାର୍ଣ୍ଡି, ଡା. ଏ.କେ. ନାଥଶର୍ମା, ଡା. ସୁଶାନ୍ତ ନାୟକ, ଡା. ପାର୍ଥ ମିଶ୍ର, ଡା. ସୁଶ୍ରୀ ସଂଗୀତା ନାୟକ, ଜରୁରୀ ବିଭାଗର ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।