ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ “ବିଶ୍ୱ ପ୍ରାଣୀ ଦିବସ- ୨୦୨୩” ପାଳିତ

ଭବାନୀପାଟଣା : ପ୍ରତିବର୍ଷ ଏପ୍ରିଲ ମାସ ଶେଷ ସପ୍ତାହ ଶନିବାର ଦିନଟିକୂ “ବିଶ୍ୱ ପ୍ରାଣୀ ଦିବସ” ରୂପେ ପାଳନ କରାଯାଉଥିବା ଦୃଷ୍ଟିରୁ ଏ ବର୍ଷ ମଧ୍ୟ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ତରଫରୁ “ବିଶ୍ୱ ପ୍ରାଣୀ ଦିବସ- ୨୦୨୩” ମହାସମାରୋହରେ ପାଳିତ ହୋଇ ଯାଇଅଛି। ଏହି ଉପଲକ୍ଷେ ସକାଳ ୮ଘଣ୍ଟା ସମୟରେ ପ୍ରାଣୀସମ୍ପଦ ସୁରକ୍ଷା ଲକ୍ଷ୍ୟ ନେଇ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ହେମନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରାରେ ବହୁ ଛାତ୍ରଛାତ୍ରୀ, କୃଷକ ତଥା ପ୍ରାଣୀ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିବାର ଦେଖାଯାଇଥିଲା। ସ୍ଥାନୀୟ ସଡିଭିଓଙ୍କ କାର୍ଯାଳୟ ଠାରୁ ବାହାରି ଏ ଶୋଭାଯାତ୍ରା ସହର ପରିକ୍ରମା କରି ଫେରିଆସିଥିଲ । ପରେ ପରେ ଭବାନୀପାଟଣା ସହର ସନ୍ନିକଟ
ଥୁଆମୂଳ ରାମପୁର ରାସ୍ତାର ହୋଟେଲ ଆମ୍ରପାଲ୍ଲୀ କ୍ଲାସିକ୍ ସଭାଗୃହ ଠାରେ ସିଡିଭିଓ ଡ. ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଦେଶରେ ପ୍ରାଣୀ ସମ୍ପଦର ଆବଶ୍ୟକତା ଓ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ଭୂମିକା ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଦାୟିତ୍ୱ ସମ୍ପର୍କରେ ଡ. ପ୍ରଧାନ ଆଲୋଚନା କରିଥିଲେ। ଏହି ଦିବସକୁ ଆହୁରି ଅଧିକ ଲୋକାଭିମୁଖୀ କରିବାପାଇଁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପ୍ରାଣ ସମ୍ପଦ ବିଭାଗ ଡାକ୍ତର ଓ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ କୃତିତ୍ୱ ହାସଲ କରିଥିବା ଶ୍ରେଷ୍ଠ ଡାକ୍ତର ଏବଂ ଶ୍ରେଷ୍ଠ ଗୋସମ୍ପଦ ପାଳକଙ୍କୁ ପୁରସ୍କୃତ କରିଥିଲେ।

Leave A Reply

Your email address will not be published.

two × 3 =