ରାୟଗଡ଼ା,୧୮.୬ (ନି.ପ୍ର.): : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଗତକାଲି ରାୟଗଡ ସ୍ତିତ ଶେରିଗୁଡା ପାଶ୍ୱରେ ଥିବା ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ପ୍ରେସୟୁନିଅନ ଏବଂ ରାୟଗଡ ବନବିଭାଗ ମିଳିତ ଆନୁକୁଲ୍ୟରେ ୨ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଆୟେଯୋନ କରାଯାଇଥିଲା । ସର୍ବ ପ୍ରଥମେ ଚୀନ ସୈନିକଙ୍କ ସହ ଲଢେଇ କରି ସହୀଦ ହୋଇଥିବା ବୀର ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ର ନିରବ ପ୍ରାର୍ଥନା କରାଗଲା । ପରେ ମୁଖ୍ୟ ଅତିଥି ଶ୍ରୀ ନରସିଂହ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃକ୍ଷ ଓ ପରିବେସ ସୁରକ୍ଷା ଦିଗରେ ପ୍ରେସ ୟୁନିଅନର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ପରେ ଅନ୍ୟ ଅତିଥି ବୃନ୍ଦ ମଧ୍ୟ ନିଜ ନିଜର ଅଭିମତ ପ୍ରକାଶ କରିଥିଲେ । ବୃକ୍ଷରୋପଣ ଓ ପ୍ରେସୟୁନିଅନ ରାୟଗଡର ସମାଜ କଲ୍ୟାଣ ଓ ସଚେତନତା କାର୍ଯ୍ୟକ୍ରମକୁ ଦେଖି ସମସ୍ତ ଅତିଥି ବେଶ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦ ଗୋଟି ଚାରା ରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ନରସିଂହ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମ୍ମାନୀୟ ଅତିଥି ଶ୍ରୀ କାଲୋର ନାୟକ, ଉପ ପ୍ରବନ୍ଧକ ମାନବ ସମ୍ବଳ, ଇମ୍ଫା ଥେରୁବାଲି, ରାୟଗଡ, ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ଲୋକ ସମ୍ପର୍କ ତଥା ବରିଷ୍ଠ ପ୍ରବନ୍ଧକ, ଇମ୍ଫା ଥେରୁବାଲି, ରାୟଗଡା, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଳ୍ଲା ସୁଚନା ସ ଲୋକସମ୍ପର୍କ ଅଧିକାରୀ, ରାୟଗଡ, ଏବଂ ବଣ ବିଭାଗ ଅଧିକାରୀ ଶ୍ରୀ ଅଶୋକ କୁମାର ପ୍ରଧାନ ଏବଂ ପ୍ରେସୟୁନିଅନ ରାୟଗଡର ସଭାପତି ଦୟାନିଧି ଖାଡଙ୍ଗା, ସମ୍ପାଦକ ମନୋଜ ସାହୁ, ସୁରେଶ ଦାଶ, ଶୀବାଜୀ ଦାଶ, ରବି ପାତ୍ର, ଶ୍ରୀନୀବାସ ବଳିୟାର ସିଂ, ସନ୍ତୋଷ କୁମାର ପାଢୀ, ଶ୍ରୀଧର ଚୌଧୁରୀ, ଶ୍ରୀନାଥ ତାଡିଙ୍ଗି, ଶର୍ବେଶ୍ୱର ରାଓ, ପ୍ରଦୀପ ପାତ୍ର, ରବିଚରଣ ପାତ୍ର ଏବଂ ଭଞ୍ଜ କିଶୋର ସିଂ ଆଦି ଉପସ୍ଥିତ ଥିଲେ ।